Indus Valley Times

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି

 Breaking News

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି
March 09
20:46 2024

ଭୁବନେଶ୍ବର,୯/୩: ରାଜ୍ୟ କ୍ୟାବିନେଟ୍ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ହେବେ ଉପକୃତ। ରାଜ୍ୟ ସରକାର ଏଥି ପାଇଁ ୫୮୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ।
ସେହିପରି ରାଜ୍ୟରେ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ସହିତ ନୂଆ ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଉଛି। ତେବେ କେବଳ ବିମାନ ଚାଳନା ନୁହେଁ, ଏହି କ୍ଷେତ୍ରରେ କିପରି ସୁରକ୍ଷା ସୁନିଶ୍ଚିତ କରାଯିବ ସେନେଇ ଢେଙ୍କାନାଳ ବିରାଶାଳରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର।
ଏଠାରେ ବିମାନ ଚାଳନା ସହ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଇଲଟ୍, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ । ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ହେବ। ଅନ୍ୟପଟେ ୩୧୮ ଆମ ବସଷ୍ଟାଣ୍ଡ ପାଇଁ ୬ ହଜାର କୋଟି ମଞ୍ଜୁର କରାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031