Indus Valley Times

ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ

 Breaking News

ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ
January 22
17:12 2025

ଭୁବନେଶ୍ୱର,୨୨/୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।
୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ ବୋଲି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ପାଠ ପଢି ପାରିବେ । ଆସନ୍ତା ୪ ବର୍ଷ ମଧ୍ୟରେ ଆଦର୍ଶ ବିଦ୍ୟାଳୟ କାମ ସରିବ । ହାଇସ୍କୁଲର ଫିଡର ସ୍କୁଲ ଭାବରେ ଏହା କାର‌୍ୟ୍ୟ କରିବ । ପ୍ରତି ବିଦ୍ୟାଳୟ ପିଛା ମୋଟ ୪-୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୫ଞ ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନ ଥିଲା। ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ ହୋଇ ନ ଥିଲା। ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ ଏପିରି) ଯୋଜନା ଅଧୀନରେ ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଆବର୍ଶ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅର୍ଥାତ୍ ରାଜ୍ୟରେ ୬,୭୯୪ଟି ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଓ ସୁଦୃଢ଼ୀକରଣ ପ୍ରସ୍ତାବ ।
ଓଡ଼ିଶା ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏଏପିଲି) ଯୋଜନା ଅନ୍ତର୍ଗତ ରାଜ୍ୟର ୬.୭୯୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆବର୍ଶ ବିଦ୍ୟାଳୟ ଭାବେ ରନ୍ନତ ଓ ସୁଦୃଢ଼ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଗୋଦାବରୀଶ ମିଶ୍ର ଆବର୍ଷ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ (ମଡେଲ) ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଅବହେଳିତ ସମୁଦାୟଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସହ ଶିକ୍ଷା ଅଧିକାର ଆଇନ- ୨୦୦୯ର ମୂଳ ଲକ୍ଷ୍ୟ ସହ ସମନ୍ୱୟ ରଖାଯାଇଛି । ଭିରିଭୂମିର ବିକାଶ, ଆଧୁନିକ ଶିକ୍ଷାପଦ୍ଧତିକୁ ଆପଣେଇବା ଏବଂ ଏଥିରେ ସାମଗ୍ରିକ ଭାବରେ ସମସ୍ତେ କିଭଳି ଭାଗନେବେ ତାହା ସୁନିଶ୍ଚିତ କରିବା ଦ୍ବାରା ‘ଜିଏମ ଏପିଭି’ ଯୋଜନା ସାମଗ୍ରିକ ଭାବରେ ବିଦ୍ୟାର୍ଥୀମାନଙ୍କ ବିକାଶ ଦିଗରେ କାର‌୍ୟ୍ୟ କରିବ, ଏଥୁସହ ଜାତୀୟ ଶିକ୍ଷାନୀତି-୨୦୨୦ର ଲକ୍ଷ୍ୟକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ରଭୟ ସାମାଜିକ ଏବଂ ଶୈକ୍ଷିକ ସ୍ତରରେ ସମୃଦ୍ଧ କରିବ ।
୬,୭୯୪ଟି ମଡେଲ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ଉପରେ ୫ (ପାଞ୍ଚ) ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୧୧,୯୩୯,୪୧ କୋଟି ଟଙ୍କା ଆର୍ଥିକ ବୋଝ, ପଢ଼ିବା ସାଧାରଣତଃ, ବିଦ୍ୟାଳୟରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ବିଦ୍ୟାଳୟ ପିଛା ମୋଟାମୋଟି ଖର୍ଚ ଆକଳନ ୧ କୋଟିରୁ ୪ କୋଟି ଟଙ୍କା ପର‌୍ୟ୍ୟନ୍ତ ହୋଇଥାଏ । ତେବେ ପ୍ରକୃତ ଖର୍ବ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଆଧାରରେ ହେବ ।
୬,୭୯୪ଟି ଆଦର୍ଶ (ମଡେଲ୍) ପ୍ରାଥମିକ ବିଦ୍ୟାଳୟ କାର‌୍ୟ୍ୟକ୍ଷମ ହେଲେ ଶିକ୍ଷାଗତ ସୁବିଧା ବୃଦ୍ଧି ପାଇବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ । ତତ୍ ସହିତ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ବୃଦ୍ଧି ପାଇବ। ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍‌ଏନ୍) ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ପୂରଣ କରିବାକୁ ମାନକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବା
ସେହିପରି ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ୧୨,୫୬,୧୪୮ କୋଟି ଦାବି କରିବୁ। ଏନେଇ ଆଜି କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହି ଅର୍ଥ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ। ନୂଆ ଶୀତଳ ଭଣ୍ଡାର ପାଇଁ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ୬୦% ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ୬ କୋଟି ୫୦ ଲକ୍ଷ ପର‌୍ୟ୍ୟନ୍ତ ରିହାତି ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ବର୍ଗଙ୍କୁ ମଧ୍ୟ ୫୦% ପର‌୍ୟ୍ୟନ୍ତ ସବସିଡି ପ୍ରଦାନ କରିବୁ। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍ ରିହାତିରେ ଦିଆଯିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031