Indus Valley Times

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ,ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ

 Breaking News

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ,ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ,ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ
November 23
21:04 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୧୧ : ବୌଦ୍ଧ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ ବେହେରା,ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି,ଜଲିନା ପ୍ରିୟଦର୍ଶିନୀ, ଅତିରିକ୍ତ ଏସପି ବିଜୟା ବରୁଆ,ମୁଖ୍ୟଅତିଥି ଭାବରେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା, ପାରିବାରିକ ହିଂସା,ଯୌତୁକ ନିରୋଧ ଆଇନ, ବାଲ୍ୟ ବିବାହ,ନାରୀ ନିର୍ଯ୍ୟାତନା,ଶିଶୁ ନିର୍ଯ୍ୟାତନା, ଏତାଲା ଦାଖଲ ସହିତ ମହିଳାମାନ ଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁଷ୍ପିତା ପ୍ରଧାନ,ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର ସାଧନ କର୍ମୀ ଭାବରେ ଯୋଗଦେଇ ମହିଳାମାନଙ୍କ ସମସ୍ୟା ଓ ପୋଲିସ ଭୂମିକା ଉପରେ ଆଲୋକପାତ କରିଥିଲେ ।
କମିଶନର ଶ୍ରୀମତୀ ବେହେରା ଘରୋଇ ହିଂସା ଆଇନ ଓ ଯୌତୁକ ନିର୍ଯ୍ୟାତନା ଆଇନ ଉପରେ ଆଲୋକପାତ କରିଥିଲେ । ସ୍ନେହାଞ୍ଜଳୀ ମହାନ୍ତି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟସ୍ଥଳରେ ହେଉଥିବା ଯୌନଶୋଷଣ ଓ ପସ୍କୋ ଆଇନ ଉପରେ ଆଲୋଚନା କରିଥିଲେ । ଜଲିନା ପ୍ରିୟଦର୍ଶିନୀ ନିର୍ଯ୍ୟାତନାର କ୍ଷତିପୂରଣ ଓ ଅନୈତିକ ମଣିଷ ଚାଲାଣ ଆଇନ ଉପରେ ଅବଗତ କରାଇଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ସିଡିପିଓ ମିନତୀ ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ।
ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରିଥିବା ଆଶାକର୍ମୀ ପ୍ରତିମା ପ୍ରଧାନ ମୁଣ୍ଡିପଦର,ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର,ଅଙ୍ଗନବାଡି କର୍ମୀ ସବିତା ସୁନ୍ଦରୀ ପ୍ରଧାନ ଡିମିରିଖୋଲ,ଡା.ଶୁଭଲକ୍ଷ୍ମୀ କିଷାନ ମେଡିକାଲ ଅଫିସର ଘଣ୍ଟାପଡା ସ୍ୱାସ୍ଥ୍ୟ କେନ୍ଦ୍ର,ହରଭଙ୍ଗା ବ୍ଲକ ସାନବଙ୍କାପଡାର ଆସ୍ଥା ସ୍ୱୟଂସହାୟିକା ଗୋଷ୍ଠୀ,କଣ୍ଟାମାଳ ବ୍ଳକ କୁଲତାଜୋର ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ରଣା,ସାମାଜିକ ପରାମର୍ଶଦାତ୍ରୀ ଭାବରେ ଲୋକକଳା ବିକାଶ କେନ୍ଦ୍ର ସରସରାର ସମ୍ପାଦିକ ପୁଷ୍ପିତା ପ୍ରଧାନ,ମହିଳା ଆଇନଜିବୀ ଅଙ୍କିତା ଶତପଥୀ,ପ୍ରୋଟେକସନ ଅଧିକାରୀ ଶର୍ମିଷ୍ଠା ହୋତା,ସକ୍ଷୀ ସେଣ୍ଟର ପ୍ରଶାସିକା ତଥା ଆଇଜନଜିବୀ ତଦାଶା ମାଝିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମମତା ଡିପିସି ଆଶିଷ ମହାନ୍ତି,ଡିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର,ଉପବିଭାଗ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର,ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମିଶନ ଶକ୍ତି ସସ୍ମିତା ବେହେରା,ଜିଲ୍ଲାପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୋମନାଥ ଥନାପତି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଏସଆଇ ସାଗରୀକା ପ୍ରଧାନ,କଣ୍ଟାମାଳ ରେଞ୍ଜ ଅଧିକାରୀ କ୍ଷିରାବ୍ଧୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା,ଅଙ୍ଗନବାଡି କର୍ମୀ,ମହାବିଦ୍ୟାଳୟର ଛାତ୍ରୀ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ,ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀବୃନ୍ଦ, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ସ୍ୱଧାରଗୃହ ଏବଂ ୱାନଷ୍ଟପ ସେଣ୍ଟର ର ସମସ୍ତ କର୍ମଚାରୀ,ପୋଲିସ କର୍ମଚାରୀ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମହିଳା କମିଶନ ଅଧ୍ୟକ୍ଷ୍ୟା ଓ ସଦସ୍ୟାମାନେ ବୌଦ୍ଧ ର ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିବାସହ ସଂଗୃହିତ ସାମଗ୍ରୀ ସବୁ ଦେଖି ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ବୌଦ୍ଧ: ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ
ବୌଦ୍ଧ,୨୩/୧୧:ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ସିଦ୍ଧପୁର ଠାରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିôବା ଗ୍ରାମୀଣ ବଜାରର ଭିତ୍ତି ପ୍ରସ୍ତର ସ୍ଥାପନ, କଲ୍ୟାଣ ମଣ୍ଡପ ଓ ମାର୍କେଟ କଂପ୍ଲେସ ଉଦଘାଟନ ହୋଇଯାଇଛି । ଏହି ଅବସରରେ ସରସରା ପୂର୍ବତନ ସରପଂଚ ଅରୁଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ଅମାତ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସରସରା ସରପଂଚ ରିତାଜଂଳି ପ୍ରଧାନ, ସମିତି ସଭ୍ୟା କଲ୍ୟାଣୀ ଦେହୁରୀ, ନାଏବ ସରପଂଚ କୁନି ଭୋଇ, ମନ୍ଦିର ପରିଚାଳନା କମିଟିର ସଭାପତି ସାନନ୍ଦ ଭୋଇ, ସଂପାଦକ ବିରେନ ଦାସିଆ ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧ : ୱାସିଡିଏ ପକ୍ଷରୁ ଶିଶୁ ଅଧିକାର କାର୍ଯ୍ୟକ୍ରମ
ବୌଦ୍ଧ,୨୩/୧୧: ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ଥିବା ୱାସିଡିଏ ପକ୍ଷରୁ ଶିଶୁ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନୁପାଲି, ଖଲିଆପାଲି,କସୁରବନ୍ଧ ପଂଚାୟତର ଛାତ୍ରଛାତ୍ରୀମାନଙ୍କୁ ନେଇ ରିଡିଙ୍ଗ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ଏହି ରିଡିଙ୍ଗ ଫେଷ୍ଟିଭାଲରେ ଆସ ସ୍କୁଲକୁ ଫେରିବା ନାମକ ଏକ ପୋଷ୍ଟର ଉନ୍ମୋଚନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ମନୁପାଲି ପଂଚାୟତରୁ କରୁଣାକର ଘଣ୍ଟୁଆଳ,ପ୍ରଶାନ୍ତ ଭୋକ୍ତା, ସେହିପରି ଖଲିଆପାଲି ପଂଚାୟତରୁ ସରପଂଚ ଶେଷଦେବ ମୁଦୁଲି,ତାଳପଦଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳମଣି ମେହେର, ସୁରବନ୍ଧ ପଂଚାୟତର ସିଆରସିସି କାହ୍ନୁ ଚରଣ ସେଠୀ, ଶିକ୍ଷକ ଶଶୀ ଭୂଷଣ ମହାକୁଡ,ଅଙ୍ଗନୱାଡି କର୍ମୀ ସବିତା ମହାକୁଡ, ନମିତା ଦନ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ୱାସିଡିଏର ରୋଜାଲିନ ପରିଡା,ଗୋପାଳ ମେହେର,ବ୍ୟାସଦେବ ନାଏକ,ଅମିତା ସିଂ,କିଶୋର ଦେହୁରୀ,ଗିରିଶ ମେହେର,ରଶ୍ମିତା ସିଂ ପ୍ରମୁଖ ପରିଚାଳନା କରିଥିଲେ ।
ବୌଦ୍ଧଜିଲ୍ଲା ବିଜୁ ଜନତା ଦଳର ନୁତନ କର୍ମକର୍ତ୍ତା ଘୋଷଣା
ବୌଦ୍ଧ,୨୩/୧୧: ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବରେ ହରଭଙ୍ଗାର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଓ ଉପସଭାପତି ଭାବରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପ୍ରଦୀପ୍ତ ସାହୁ,ଡା. ଗିରିଜା ଶଙ୍କର ପାଢୀ, ବିକ୍ରମ ମହାକୁଡ, ଶାନ୍ତନୁ ଥାଟ୍ଟୀ, ପଞ୍ଚାନନ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସାଧାରଣ ସଂପାଦକ ଭାବରେ ପ୍ରେମ ପ୍ରଧାନ, ଧିରେନ୍ଦ୍ର ମହାକୁଡ, ପଞ୍ଚାନନ ମହାପାତ୍ର, ସୁଜିତ ମେହେର, ରାଧାବଲ୍ଳଭ ପ୍ରଧାନ, ପ୍ରେମରାଜ ରଣା ଓ ସଂପାଦକ ଭାବରେ ମହେଶ୍ୱର ନାଏକ, ନିରଞ୍ଜନ ସାହୁ, ଲଲିତ ମେହେର, ରବି ପଣ୍ଡା, କାର୍ତ୍ତିକ ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଶରତ ରଣା, ଶେଷଦେବ ରଣା, ବୁନ୍ଦାବନ ବାରିକ, ପବିତ୍ର ରଣା, ଜାନି ସେନାପତି, କାମପାଳ ବସ୍ତିଆ, ଦୁତିକୃଷ୍ଣ ଦନ୍ତା, ଶେଷଦେବ ମୁଦୁଲି, ଗୟାଧର ମହାକୁଡ, ପ୍ରମୋଦ ସାହୁ, ପ୍ରଭାତ ପ୍ରଧାନ, ଅକ୍ଷୟ ସ୍ୱାଇଁ, ସଦାନନ୍ଦ ଦେହୁରୀ, ଅରୁଣ ପ୍ରଧାନ, ଅକ୍ରୁର ସେଠୀ, ବିଶ୍ୱାମିତ୍ର ମହାକୁଡ, ବିଶ୍ୱଜିତ ସାହୁ, ବିରଞ୍ôଚ ପ୍ରସାଦ ପୃଷ୍ଟି , ଘନ ବୁଡାୟକ ଏବଂ କୋଷାଧକ୍ଷ୍ୟ ଭାବରେ ଲିଙ୍ଗରାଜ ମଲିକ ଓ ସୋସିଆଲ ମିଡିଆ ଦାୟିତ୍ୱ ପାଇଁ ପ୍ରଦୀପ ଅଗ୍ରୱାଲାଙ୍କୁ ମନୋନୀତ କରାଯାଇଛି ।

ବୌଦ୍ଧ ଜିଲ୍ଲାର ୭ ନମ୍ବର ଜୋନରେ କଂଗ୍ରେସ ର “ଜନ ଜାଗରଣ ” ପଦଯାତ୍ରା

ବୌଦ୍ଧ : ୨୩/୧୧ – ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ଜିଲ୍ଲାର ୭ ନମ୍ବର ଜୋନରେ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ରାଜ୍ୟ ବିଜେଡ଼ି ଓ କେନ୍ଦ୍ର ବିଜେପି ଉଭୟ ଶାସିତ ଦଳ ବର୍ତମାନ ସମସ୍ତ ବର୍ଗର ଜନସାଧାରଣ ଙ୍କୁ ଶୋଷଣ କରିଚାଲି ଛନ୍ତି, ବର୍ତମାନ ପର‌୍ୟ୍ୟନ୍ତ କରୋନା ର କୋକୁଆ ଭୟ ଦୂର ହୋଇ ନ ଥିବା ବେଳେ,ଅହେତୁକ ଭାବେ ଦୈନନ୍ଦିନ ଦରଦାମ ବୃଦ୍ଧି , ଗରୀବ, ମଧ୍ୟବିତ୍ତ, ଶିକ୍ଷିତ ବେକାର ଯୁବକ ଯୁବତୀ ରୋଜଗାର ନ ପାଇ ହତାଶ ହୋଇ ହାତ ବାନ୍ଧି ବସିଛି, ଏତଦ ବ୍ୟତୀତ ଆମ ଜିଲ୍ଲାର ସାମାନ୍ୟତମ ଅଧିକାର ଗୁଡିକୁ ରାଜ୍ୟ ସରକାର ଅଣଦେଖା କରି ଚାଲି ଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ମିଶ୍ର ଅଭିଯୋଗ କରିବା ସହ ବୌଦ୍ଧ ଜିଲ୍ଲା ପାଇଁ କଂଗ୍ରେସ ଦଳ , ଆଉ ଏକ ନୂତନ ଉପଖଣ୍ଡ ସୃଷ୍ଟି ପାଇଁ ଦାବୀ ଦୋହରାଇ ଥିଲେ, ଘଣ୍ଟାପଡା, ଶଗଡା, ବଘୀଆପଡ଼ା ଓ ଆଡ଼େନିଗଡ଼ ଫାଣ୍ଡି କୁ ଥାନାର ମାନ୍ୟତା ପ୍ରଦାନ ସେହିପରି ବୌଦ୍ଧ ସହର କୁ ତୁରନ୍ତ ପୌର ପାଳିକା ଘୋଷଣା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣି ଓ ପୁରୁଣା କଟକ ଆଦିକୁ ତୁରନ୍ତ ଏନ ଏ ସି ର ମାନ୍ୟତା ପ୍ରଦାନ, ବୌଦ୍ଧ ଜିଲ୍ଲାକୁ ଅତି ଶୀଘ୍ର ସମ୍ବଲପୁର ରାଜସ୍ବ ଡିଭିଜନ ରେ ସାମିଲ କରିବା ଦାବୀ ଆଦିକୁ ସହ ସହ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଚାଲି ଚାଲି ଗାଁକୁ ଗାଁ ଯାଇ ଲୋକଙ୍କୁ ବୁଝାଉ ଥିବାର ଦେଖିବାକୁ ମିଳି ଥିଲା ଜ୍ଝ ଆଜିର ଏହି ସମାବେଶରେ ବନ୍ଧା ପଥର, ସରସରା, ବାମଣ୍ଡା, ରାଧା ନଗର, ମଥୁରା, ବୀରନରସିଂହ ପୁର ଓ ସାମ୍ପୋଚ ଗ୍ରାମ ପଞ୍ଚାୟତ ର କର୍ମୀଗଣ ଏବଂ ବ୍ଲକ କଂଗ୍ରେସ ର ସଭାପତି ପଙ୍କଜ କୁମାର କର୍ଣ୍ଣ, ଉପ ସଭାପତି ବେଣୁଧର ମେହେର, ଜିଲ୍ଲା କଂଗ୍ରେସ ଚାଷୀ ସଂଯୋଜକ ରୋହିତାଶ୍ଵ ବେହେରା, ସମ୍ପାଦକ ପ୍ରଦୀପ ବେହେରା, ପୌଲସ୍ତି ପ୍ରଧାନ, ଜିଲ୍ଲା କଂଗ୍ରେସ ର ମୁଖପାତ୍ର ଶାନ୍ତନୁ ମହାପାତ୍ର, ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ନୀତେଶ ମେହେର, ପ୍ରତାପ ପଣ୍ଡା, ଝରିଆ ସାହୁ, ଆରଜିପିଆର ଏସ ଜିଲ୍ଲା ସଭାପତି ସମରେନ୍ଦ୍ର ମହାକୁଳ, ଜିଲ୍ଲା ଉପ ସଭାପତି ସମରେଶ ମିଶ୍ର, ବୈଦ୍ୟନାଥ ମହାନନ୍ଦିଆ, ତାରିଣୀ ଜେନାପ୍ରମୁଖ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031