Indus Valley Times

ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ,ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବିଭାଗ ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ଗ୍ରସ୍ତ

 Breaking News

ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ,ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବିଭାଗ ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ଗ୍ରସ୍ତ

ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ,ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବିଭାଗ ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ଗ୍ରସ୍ତ
April 09
08:34 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୮/୪ : ମଙ୍ଗଳବାର ପୂର୍ବାହ୍ନ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖ ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବିଜ୍ଞାନ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତି ରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ନିଜ ନିଜ ବିଭାଗ ଦାୟିତ୍ୱରେ ଥିବା କାର୍ଯ୍ୟାବଳୀ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ବୁଝାଇଥିଲେ ।
ପରେ ପ୍ରମୁଖ ଶାସନ ସଚିବ ବିଭାଗୀୟ ସମସ୍ତ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଯନ୍ତ୍ରୀଙ୍କୁ ପ୍ରକଳ୍ପର ଅଗ୍ରଗତି ଓ ରୁପାୟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ପଚାରି ବୁଝି ଥିଲେ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନସାଧାରଣଙ୍କ ସୁରକ୍ଷା, ପାନୀୟ ଜଳ, ଜଳଛତ୍ର କେନ୍ଦ୍ର, ପଶୁପକ୍ଷୀ ମାନଙ୍କ ନିମନ୍ତେ ଜଳକୁଣ୍ଡ ବ୍ୟବସ୍ଥା, ନଳକୂପ ବ୍ୟବସ୍ଥା, ଜଳକ୍ଲୀଷ୍ଟ ଅଂଚଳରେ ପାନୀୟ ଜଳ ଯୋଗାଇଦେବା ଉପରେ ଗୁରୁତ୍ୱରୋପ କରିଥିଲେ। ଜିଲ୍ଲାରେ ଜଳଛତ୍ର କେନ୍ଦ୍ର ୩୬୮ ଗୋଟି (ଗ୍ରାମାଞ୍ଚଳ ୨୭୩,ଓ ସହରାଂଚଳରେ ୯୫ ),ଛାମୁଡ଼ିଆ ୮୨ଗୋଟି ନିର୍ମାଣ କରାଯାଇଅଛି ।
ଜିଲ୍ଲାରେ ୧୭୧୯୩ ଗୋଟି ନଳକୂପ ଥିବାବେଳେ, ଅଭିଯୋଗ ଆସିଲେ ୪୮ ଘଣ୍ଟା ମଧ୍ୟରେ ସମାଧାନ କରାଯାଉଛି ବୋଲି ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
ଜଳକ୍ଲୀଷ୍ଟ ପ୍ରଭାବିତ ୬୪ ଗୋଟି ପକେଟରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା, ଜେନନେଟର ସେଟ ମହଜୁଦ କରି ରଖିବା, ଅଂଶୁଘାତ ରୋଗୀଙ୍କ ସେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଗୋଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଗୋଟି ଏବଂ ପ୍ରତ୍ୟକ ପ୍ରାଥମିକ ଚିକିତ୍ସା ଳୟରେ ୧ ଗୋଟି ଶୀତାତାପ ନିୟନ୍ତ୍ରଣ କକ୍ଷ ସଂରକ୍ଷଣ କରି ରକ୍ଷାଯାଇଛି ।
୩୧ ଗୋଟି ପାଣି ଟ୍ୟାଙ୍କର ଓ ୮ ଗୋଟି ଜେନନେଟର ସେଟ ରଖା ଯାଇଛି । ଗତ ୨୦୨୩ ରେ ୧ ଜଣ, ୨୦୨୪ ରେ ୨ ଜଣ ଅଂଶୁଘାତରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କୌଣସି ଅଂଶୁଘାତ ଜନିତ ମୃତ୍ୟୁ ହୋଇନାହିଁ ବୋଲି ଡେପୁଟି କଲେକ୍ଟର ଜରୁରୀ ପ୍ରମୁଖ ସଚିବଙ୍କୁ ତଥ୍ୟ ପ୍ରଦାନ କରିଥିଲେ।
ସେହିପରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ଏକ ହଜ଼ରତ ମହଲ, ରାଜସ୍ବ ଭବନ, ଟାଙ୍ଗୀ ତହସିଲ ଅଧିନ ପ୍ରତ୍ୟାକ୍ଷିତ ବଙ୍ଗାଳୀ ପରିବାର ପାଇଁ ରହିବା ସ୍ଥାନ, ଉପ ନିବନ୍ଧକ କାର୍ଯ୍ୟାଳୟରେ ବିଜୁଳି ଆଲୋକ ଯୋଗାଣ, ବିଭାଗରେ କର୍ମଚାରୀ ନିଯୁକ୍ତି ଆଦି ସମସ୍ୟା ଗୁଡିକ ଉପରେ ପ୍ରମୁଖ ଶାସନସଚିବଙ୍କୁ ଅବଗତ କରାଯାଇଥିଲା ।
ସେହିପରି ସ୍ୱାସ୍ଥ୍ୟ ବିଭାଗରେ ଆଇ ସି ୟୁ ଡାକ୍ତର,ଅକ୍ସସିଜେନ ପ୍ଳାଣ୍ଟର ଭିତ୍ତିଭୂମି ମଜବୁତ କରିବା, ଭେଷଜ ବିଶେଷଜ୍ଞ ନିଯୁକ୍ତି, ଅଲଟ୍ରା ସାଉଣ୍ଡ, ସିଟି ସ୍କାନ, ଏମ ଆର ଆଇ ଯନ୍ତ୍ରାଂଶ ଆଧୁନିକରଣ କରିବା ପମୁଖ ସଚିବଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାରେ ୫୧୬ ଡାକ୍ତର ମଞ୍ଜୁରୀ ପଦବୀ ଥିବାବେଳେ୨୪୭ କାର‌୍ୟ୍ୟରତ ଅଛନ୍ତି । ୨୬୯ ଖାଲି ପଦବୀ ଅଛି। ଜିଲ୍ଲାରେ ଖାଉଟି କଲ୍ୟାଣରେ ୪୪୬୭୪ ନୂତନ ରେଶନ କାର୍ଡ ପାଇଁ ଆବେଦନ କରିଛନ୍ତି ।
ଜିଲ୍ଲାରେ ୩୧୯ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ସମ୍ପୂର୍ଣ ନିର୍ମାଣ କରିବା ପାଇଁ ୫ କୋଟି ୮୬ ଲକ୍ଷ ୫୦ ହଜାର ଆବଶ୍ୟକ । ନୂତନ ଭାବେ ୩୮ ଗୋଟି ଅଙ୍ଗନ ୱାଡ଼ି ନିର୍ମାଣ ନିମନ୍ତେ ୨ କୋଟି ୫୬ ଲକ୍ଷ ଆବଶ୍ୟକ ଅଛି ।
ଜିଲ୍ଲାରେ ୨୫୧୪ ଗୋଟି ଅଙ୍ଗା୍ୱାଡି କେନ୍ଦ୍ରରେ ୧ ଲକ୍ଷ ୧୬ ହଜାର ୮୦୧ ପିଲା ଅଛନ୍ତି । ଜିଲ୍ଲାରେ ଅନୁସୂଚିତ ଜନଜାତି ଓଡ଼ିଆ ଅନୁସୂଚିତ ଜାତି ଛାତ୍ର ବୃତ୍ତି, ରାସ୍ତା ଓ କୋଠାବାଡି ବିଭାଗ କାର୍ଯ୍ୟ, ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ସଡ଼କ ପଥ, ଓ ପି ଟି ସି ଏଲ କାର୍ଯ୍ୟ, ପ୍ରାଚୀ ଡିଭିଜନ କାର୍ଯ୍ୟ ଜଳ ସମ୍ପଦ, ଉଦ୍ୟନ କୃଷି, କୃଷି, ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପର ବିକାଶ ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ସମୀକ୍ଷା କରି ଅଧିକାରୀ ମାନଙ୍କୁ ଜନକଲ୍ୟାଣ ଯୋଜନା ଗୁଡିକୁ ତ୍ୱରାନ୍ୟୁତ କରିବାକୁ ନିର୍ଦେଶ ଦେଇଥିଲେ।
ପରେ ପ୍ରମୁଖ ସଚିବ ଏବଂ ଜିଲ୍ଲାପାଳ ଧଉଳି ଓ ବାଲିଅନ୍ତା ଅଂଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031