Indus Valley Times

ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାଟାଗୁଡା ରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିଜେପି ର ସଦସ୍ୟତା ଅଭିଯାନ

 Breaking News

ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାଟାଗୁଡା ରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିଜେପି ର ସଦସ୍ୟତା ଅଭିଯାନ

September 23
20:09 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୯ : ବିଜେପି ନେତୃତ୍ୱରେ ଗଠିତ ରାଜ୍ୟରେ ସୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି। ଏହି ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଟାଗୁଡା ମଣ୍ଡଳ ର ପଞ୍ଚାୟତ ସଭାଗୃହ ଠାରେ ସଦସ୍ୟତା ପ୍ରଭାରୀ ସୁରେନ୍ଦ୍ର ପାତ୍ର ଙ୍କ ଅବାହକତ୍ବରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଓ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଅନୁସୂଚିତ ଜନଜାତି ରାଜ୍ୟ ଆବାହକ କରେନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଢ଼ା ହୋଇଥିବା ରାଜ୍ୟ ସରକାରଙ୍କ ଶହେ ଦିନର ହିସାବ ରଖିଥିଲେ।
ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରାଯିବା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା, ୮କ୍ଟ ବର୍ଷରୁ ଅଧିକ ବୟସର ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ରାଶି ୩ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ସମ୍ପର୍କରେ ଗାଁ ଗାଁ ଘରେ ଘରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ କହିଥିଲେ ।
ଏଥିସହ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ନାରୀ ଆଗେଇ ଲେ ଦେଶ ଆଗେଇବ ବୋଲି ଶ୍ରୀ ମାଝି କହିଥିଲେ ।
ସନ୍ନମାନିତ ଅତିଥି ଭାବେ ବାତଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ ଯୋଗ ଦେଇ ସରକାରଙ୍କୁ ସମାଲୋଚନା କରିବା ଠିକ ନୁହଁ କାରଣ କିଛି ମାସ ହୋଇଛି । ଆମେ ଆଉ କିଛି ଦିନ ଅପେକ୍ଷା କରିବା ଆବଶ୍ୟକ ମଣ୍ଡଳ ସଭାପତି ପିଶୁ ମଲ୍ଲିକ ସଭାର ସଭାପତିତ୍ଵ କରିଥିବା ବେଳେ ଆବାହକ ସୁରେନ୍ଦ୍ର ପାତ୍ର କହିଛନ୍ତି ବିଶ୍ଵର ବୃହତ୍ତମ ଦଳ ରେ ସମସ୍ତେ ସାମିଲ ହୋଇ ସଦସ୍ୟତା ହେବ ପାଇଁ କହିଥିଲେ ।
ନକୁଳ ମଲ୍ଲିକ ସମସ୍ତ ଅତିଥି ଙ୍କ ପରିଚୟ ସ୍ଵାଗତ କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଣ୍ଟୁ ମଲ୍ଲିକ, ଭରତ ମଲ୍ଲିକ ,ନକୁଲ ମଲ୍ଲିକ, ,ମନୋଜ ମଲ୍ଲିକ,,ରବୀନ୍ଦ୍ର ପଣ୍ଡା ,ସରୋଜ ମଲ୍ଲିକ ସସ୍ମିତା ନାୟକ , ,ସୁଶାନ୍ତ ମଲ୍ଲିକ ,ପ୍ରମୋଦ ମଲ୍ଲିକ ,ଧୀରେନ ଦିଗାଳ , ପ୍ରହଲ୍ଲାଦ ପ୍ରଧାନୀ ,ରଞ୍ଜିତ ଚୌଧୁରୀ , କ୍ଷମା ସାଗର ପ୍ରଧାନ , ଅଭୟ ପାତ୍ର ,ବିରେନ୍ଦ୍ର ସାହୁ ,ସୁଶାନ୍ତ ସାହୁ ,ପୁରୁଷୋତ୍ତମ ଡାକୁଆ ,ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031