Indus Valley Times

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ, ୫୦,୦୦୦ ଟଙ୍କା ଜରିମାନା ଦେବାକୁ ମୁମ୍ବାଇ କୋର୍ଟ ନିର୍ଦ୍ଦେଶ

 Breaking News

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ, ୫୦,୦୦୦ ଟଙ୍କା ଜରିମାନା ଦେବାକୁ ମୁମ୍ବାଇ କୋର୍ଟ ନିର୍ଦ୍ଦେଶ

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ, ୫୦,୦୦୦ ଟଙ୍କା ଜରିମାନା ଦେବାକୁ ମୁମ୍ବାଇ କୋର୍ଟ ନିର୍ଦ୍ଦେଶ
September 20
18:26 2021

ମୁମ୍ବାଇ,୨୦/୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୨ମାସ ପରେ ଜାମିନ ମିଳିଛି। ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଏବେ ଜାମିନ ମିଳିଛି।ସୋମବାର ଦିନ ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କହିଛନ୍ତି।
ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ମଧ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ତଥା ବିତରଣକୁ ନେଇ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇ ପୁଲିସ କ୍ରାଇମ ଶାଖା ଦ୍ୱାରା ଉଭୟ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେ ଗିରଫ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031