Indus Valley Times

ରାତି ୯ଟାରେ ଘୋଷଣା ଭୋର ୪ଟାରେ ଉଚ୍ଛେଦ, ଝାରପଡ଼ା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା

 Breaking News

ରାତି ୯ଟାରେ ଘୋଷଣା ଭୋର ୪ଟାରେ ଉଚ୍ଛେଦ, ଝାରପଡ଼ା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା

ରାତି ୯ଟାରେ ଘୋଷଣା ଭୋର ୪ଟାରେ ଉଚ୍ଛେଦ, ଝାରପଡ଼ା ଗଣେଷ ମଣ୍ଡପ ହାଟ ଭଙ୍ଗାକୁ ନେଇ ଉତ୍ତେଜନା
April 08
10:50 2022

ଭୁବନେଶ୍ୱର, ୮/୪: ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଘଟଣା ପ୍ରତିବାଦରେ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି।
ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ଜଣାଯାଇଛି।
ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି।
୩ ଏକର ୨୦୭ ଡେସମିଲ ଜାଗାରେ ୨୦୦ରୁ ଉର୍ଦ୍ଧ୍ବ ଦୋକାନ ଉଚ୍ଛେଦ ହୋଇଛି। ଉଚ୍ଛେଦ ବେଳେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହାକୁ ନେଇ ଦୁଇ ଜଣ ଲୋକ ଆସି ଗାଳିଗୁଲଜ କରିବାରୁ ପୁଲିସ ଉଭୟଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।
ସ୍ଥାନୀୟ ଲୋକେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ, ଜଗନ୍ନାଥ ପ୍ରଧାନ ଓ ସ୍ଥାନୀୟ ବିଜେପି କର୍ପୋରେଟର୍ ପ୍ରମୁଖ ମଧ୍ୟ ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି। ପୁଲିସ ବିକ୍ଷୋଭକାରୀମାନଙ୍କୁ ଉଠାଇନେଉଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି।
ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି। ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ।
ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031