Indus Valley Times

ରାଧାନଗର୍ ପଂଚାୟତ କାର୍ଯ୍ୟାଳୟ ଉଦଘାଟିତ

 Breaking News

ରାଧାନଗର୍ ପଂଚାୟତ କାର୍ଯ୍ୟାଳୟ ଉଦଘାଟିତ

March 05
13:36 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ ,୫/୩: ହରଭଙ୍ଗା ବ୍ଲକ ରାଧାନଗର୍ ଗ୍ରାମ ପଞ୍ଚାୟତର ନବ ନିର୍ମିତ କାର୍ଯ୍ୟାଳୟ ଗୃହ ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଉଦ୍ଘାଟିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରା ଯୋଗ ଦେଇଥିଲେ । ରାଧାନଗର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଅପରାଜିତା ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ ।ଗ୍ରାମ ପଞ୍ଚାୟତର ଜନସାଧାରଣ ସମେତ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଣୀତ ଗୋପାଳ, ବାମଣ୍ଡା ସରପଞ୍ଚ ଉପସ୍ଥିତ ଥିଲେ । ମଥୁରା ଗ୍ରାମ ପଞ୍ଚାୟତରୁ ଅଲଗା ହୋଇ ଗତ ୨୦୧୬ ମସିହାରେ ନୂତନ ଭାବେ ରାଧାନଗର୍ ଗ୍ରାମ ପଞ୍ଚାୟତ ସୃଷ୍ଟି ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031