Indus Valley Times

ରାମକୃଷ୍ଣ ବଳାଶ୍ରମ ପରିସରରେ ପୋଷ୍ୟ ସନ୍ତାନଗ୍ରହଣ କେନ୍ଦ୍ରର ଶୁଭାରମ୍ଭ

 Breaking News

ରାମକୃଷ୍ଣ ବଳାଶ୍ରମ ପରିସରରେ ପୋଷ୍ୟ ସନ୍ତାନଗ୍ରହଣ କେନ୍ଦ୍ରର ଶୁଭାରମ୍ଭ

October 09
20:03 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୦ : ବୌଦ୍ଧ ଜିଲ୍ଲା ସ୍ଥିତ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବଳାଶ୍ରମ ପରିସରରେ ପୋଷ୍ୟ ସନ୍ତାନଗ୍ରହଣ କେନ୍ଦ୍ର ର ଶୁଭାରମ୍ଭ ହେଇଛି ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବା ଦିଗରେ ଏହି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଟି ପ୍ରମୁଖ ଭୂମିକା ଗ୍ରହଣ କରିବ ତଥା ଯେଉଁ ଅଭିଭାବକ ମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ ସେମାନେ ମଧ୍ୟ ସନ୍ତାନ ପାଇବାପାଇଁ ଏହି ଅନୁଷ୍ଠାନ ଟି ସହାୟକ ହେବ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ହସ ଫୁଟାଇବା ତଥା ସେମାନଙ୍କର ଶିକ୍ଷା ଓ ସୁରକ୍ଷା ଯୋଗେଇଦେବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରୟାସ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ କୌଣସି ବି ଶିଶୁ ଯେମିତି ଯତ୍ନ ଓ ସୁରକ୍ଷା ରୁ ବଞ୍ଚିତ ନ ହେବେ ତଥା ଅବହେଳିତ ହେବେ ନାହି ସେଥିପ୍ରତି ଯତ୍ନବାନ ହେବାକୁ ଅନୁଷ୍ଠାନର କର୍ମକର୍ତା ତଥା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇ ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ ପ୍ରଶାସନ କୁ ସମସ୍ତ ସହଯୋଗ ଦେବାପାଇଁ ସୂଚନା ଦେଇଥିଲେ। ଅନ୍ୟ ତମ ଅତିଥି ଭାବରେ ୱାସିଡିଏ ର ମୁଖ୍ୟ ରାଜେନ୍ଦ୍ର ମେହେର ଯୋଗ ଦେଇ ପୋଷ୍ୟ ସନ୍ତାନ ଅଧିନିୟମ ୨୦୧୭ ଓ କିସର ନିୟମ ଆଇନ ରେ ଥିବା ବିଭିନ୍ନ ବିଧି ବ୍ୟବସ୍ଥା ତଥା ପୋଷ୍ୟ ସନ୍ତାନ ଗ୍ରହଣର ସମସ୍ତ ନିୟମ ,ଅଭିଭାବକଙ୍କ ଯୋଗ୍ୟତା ତଥା ଆଇନ ସମନ୍ଧୀୟ ସମସ୍ତ ଦିଗ ଉପରେ ସୂଚନା ଦେଇଥିଲେ ଏବଂ କ୍ରେଡ଼ଲେ ବେବୀ ରିସେପ୍ଶନ ସେନ୍ଟରର କାର୍ଯ୍ୟକାରିତା ଏବଂ ଏହାର ଆବଶ୍ୟକତା ଉପରେ ମତଭେଦ କରିଥିଲେ ଅନ୍ୟତମ ଅତିଥି ଭାବରେ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଯୋଗ ଦେଇ କୌଣସି ବି ଶିଶୁକୁ ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ନ ଫୋପାଡି ସିଧାସଳଖ ଜିଲ୍ଲା ପ୍ରଶାସନ କୁ ସମର୍ପଣ କରିବା ତଥା କ୍ରେଡ଼ଲେ ବେବୀ ରିସେପ୍ଶନ ସେନ୍ଟର ରଖିବା ପାଇଁ ସୂଚନା ଦେଇଥିଲେ ଅନ୍ୟତମ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରଭଙ୍ଗା ବିଶ୍ଵଜିତ ମିଶ୍ର ଯୋଗ ଦେଇ ଏହି ଅନୁଷ୍ଠାନ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବି ବୋଲି କହିଥିଲେ।
ସମ୍ମନିତ ଅତିଥି ଭାବରେ ବ୍ଲକ ଉନୟନ ଅଧିକାରୀ ସୁବାଶ ଚନ୍ଦ୍ର ଯାନୀ ଯୋଗଦେଇ ଆଗାମୀ ଦିନରେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୋହଯୋଗ କରିବେ ବୋଲି କହିଥିଲେ ,କାର୍ଯ୍ୟ କ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସଂଯୋଜନା କରିଥିଲେ ଓ ଏହି କେନ୍ଦ୍ର ର ଆବଶ୍ୟକତା ତଥା ଆଇନ ର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନ ର ସମ୍ପାଦକ ନବୀନ ଚନ୍ଦ୍ର ବଘାର ଅନୁଷ୍ଠାନ ର ସମ୍ପୃକ୍ତ ବିବରଣୀ ତଥା ଅନୁଷ୍ଠାନ ର ବିଭିନ୍ନ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ସୁରେନ୍ଦ୍ର ପ୍ରଧାନ ,ପରିଚାଳନା କମିଟିରର ସମସ୍ତ ସଦସ୍ୟ ସଦସ୍ୟା ,ସି.ଡି.ପି.ଓ, ହରଭଙ୍ଗା ,ସଦସ୍ୟ ଶିଶୁ ମଙ୍ଗଳ ସମିତି, ଅନୁଷ୍ଠାନର ଜଗଦୀଶ ପ୍ରସାଦ ହୋତା,ପ୍ରବୀଣ ହୋତା,ସୋନ୍ତଶ ଷାଣ୍ଢ,ବାଞ୍ଛାନିଧି ଗାଇଗୌରିଆ,ଚିତ୍ରସେନ ସାହୁ,ରାଜେନ୍ଦ୍ର ମଲ୍ଲିକ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ର ସୁପରିଟେଣ୍ଟ ଜୟଶ୍ରୀ ସରଫ ଧନ୍ୟବାଦ ଅର୍ପଣ କରିଥିଲେ।
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୌଦ୍ଧସହରରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ
ବୌଦ୍ଧ,୯/୧୦ : ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୌଦ୍ଧଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି ଠାରୁ ବୌଦ୍ଧ ସହରରେ ପ୍ଲାଷ୍ଟିକ ବସ୍ତୁ ସଂଗ୍ରହ କରିବା ସହିତ ବର୍ଜନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କନ୍ଧମାଳ ଅଧିକାରୀ ନବନୀଭ କୁମାର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୌଦ୍ଧ ସହରରୁ ୧୧ ହଜାର କିଲୋଗ୍ରାମ ପ୍ଲାଷ୍ଟିକ୍ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଶନିବାର ସକାଳେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ୟୁଥ୍‌କ୍ଲବର ସଦସ୍ୟମାନଙ୍କୁ ନେଇ ବୌଦ୍ଧ ସହରର ୫୭ ନମ୍ବର ଜାତୀୟ ରାଜପଥ ବୁଟୁପାଲି ଠାରୁ ଶୁଭାରମ୍ଭ କରାଯାଇଥିଲା । ଉଦ୍‌ଘାଟକ ଭାବେ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନୀ ଦେବାଶିଷ ପୁରୋହିତ ଯୋଗଦାନ କରିଥିଲେ ।
ଶନିବାର ସକାଳ ସମୟରେ ୨ ଶହ ବ୍ୟାଗ୍ ସଂଗ୍ରହ କରାଯାଇଥିବା ବେଳେ ସଂଧ୍ୟାରେ ପୋଡାପୋଡା, ରଥସାହି ଓ ବୁଦ୍ଧପଡିଆ ଠାରୁ ୧ ଶହ ବ୍ୟାଗ ସଂଗ୍ରହ କରାଯାଇଥିଲା । ଶନିବାର ୧୧ଶହ କିଲୋଗ୍ରାମ ସଂଗ୍ରହ ହୋଇଥିବା ଜଣାପଡିଛି । ଶନିବାର କାର୍ଯ୍ୟକ୍ରମରେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର କର୍ମଚାରୀ ଏବଂ ୟୁଥ୍ ରେଡକ୍ରସର ଅଧିକାରୀ ପ୍ରବିର କୁମାର ଦାସ ଓ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସୁପ୍ରୀୟା ଦେହୁରୀ, ଜାଜ୍ଞସେନୀ ରଣା, ପ୍ରବୀଣା କର୍ଣ୍ଣ, ଶ୍ରୀତମ କଲତା, ଧରଣୀଧର ବିଭାର, ମନୋଜ ଭୋକ୍ତା, ସୁଧିର ଦୀପ, ବାମନ ବେହେରା ଯୋଗଦାନ କରିଥିବା ବେଳେ ଉତ୍ତମ ମହାକୁଡ,ସତ୍ୟବାନ ଦଳବେହେରା ପରିଚାଳନା କରିଥିଲେ ।
ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ
ବୌଦ୍ଧ,୯/୧୦ : ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବୌଦ୍ଧ ଟାଉନହଲ ଠାରେ ମହା ସମାରୋହରେ ପାଳିତ ହୋଇଛି । ବୌଦ୍ଧ ମାରୱାଡି ସମାଜର ସଭାପତି ଉମାଶଙ୍କର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିଲେ ।
ମୁଖ୍ୟବକ୍ତାଭାବେ ଅନୁଗୁଳ ନିବାସୀ ସଜ୍ଜନ କୁମାର ଅଗ୍ରୱାଲା ଯୋଗଦେଇ ଅଗ୍ରୱାଲ ସମାଜର ପ୍ରତିଷ୍ଠାତା ମହାରାଜା ଶ୍ରୀ ଅଗ୍ରସେନଙ୍କ ମହାନ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ସୁଲୋଚନା ଅଗ୍ରୱାଲା, ମାରୱାଡି ଯୁବ ମଂଚର ସଭାପତି ଅଙ୍କିତ ଅଗ୍ରୱାଲା, ମାରୱାଡି ସମାଜର ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲା ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ଅକ୍ସିଜେନ କଂନସି ଟ୍ରେଟର ମେସିନ ଓ ହିଇଲ ଚେୟାର ସେବାର ଶୁଭାରମ୍ଭ କରାଯାଇଥିଲା ।
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରାଯାଇଥିଲା । ରାଜ୍ୟ ଉପସଭାପତି କେତନ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031