Indus Valley Times

ରାଷ୍ଟ୍ରପତିଙ୍କୁ ଭେଟିଲେ ଓ ଉପହାର ଦେଲେ ଓଡ଼ିଶାର ବିଧାୟକ

 Breaking News

ରାଷ୍ଟ୍ରପତିଙ୍କୁ ଭେଟିଲେ ଓ ଉପହାର ଦେଲେ ଓଡ଼ିଶାର ବିଧାୟକ

ରାଷ୍ଟ୍ରପତିଙ୍କୁ ଭେଟିଲେ ଓ ଉପହାର ଦେଲେ ଓଡ଼ିଶାର ବିଧାୟକ
August 03
19:03 2022

ଭୁବନେଶ୍ବର, ୩/୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଧାୟକ ଟିମ୍ । ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଦଳରେ ବାଚସ୍ପତି, ଉପବାଚସ୍ପତିଙ୍କ ସହ ପ୍ରମୁଖ ଦଳର ବିଧାୟକ ସାମିଲ ଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ବରେ ୨୬ ଜଣ ବିଧାୟକ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ତରଫରୁ ଜଗନ୍ନାଥଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡିଆ କଳାକୃତିର ଉପହାର ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବିଧାୟକମାନେ ଗୁରୁବାର ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ସନ୍ଧ୍ୟାରେ ବିଜେପି ବିଧାୟକମାନେ ଦିଲ୍ଲୀ ଯାଇଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031