Indus Valley Times

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ ଅଶାଳିନ ମନ୍ତବ୍ୟ ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଥାନାରେ ଏତେଲା ଓ କୁଶପୁତ୍ତଳିକାଦାହ

 Breaking News

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ ଅଶାଳିନ ମନ୍ତବ୍ୟ ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଥାନାରେ ଏତେଲା ଓ କୁଶପୁତ୍ତଳିକାଦାହ

July 29
10:45 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୭: କଂଗ୍ରେସ ଦଳର ନେତା ତଥା ସାଂସଦ ଅଧିରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଶାଳିନ ମନ୍ତବ୍ୟ ଦେଇଥିବାରୁ ଏହାର ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଗୁରୁବାର ଦିନ ଥାନାରେ ଏତେଲା ଦିଆଯାଇଥିବା ସହ କୁଶପୁତ୍ତଳିକା ଦାହ କରାଯାଇଛି ।
ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱର ଦଳର ନେତା ମାନେ ବୌଦ୍ଧ ଆଦର୍ଶ ଥାନାକୁ ଯାଇ ଅଧିରଂଜନ ଚୌଧୁରୀଙ୍କ ନାମରେ ଏକ ଏତେଲା ଦେଇଛନ୍ତି । ଏତେଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲଲ୍ଳେଖ କରାଯାଇଛି ।
ଏହା ସହ ସନ୍ଧ୍ୟାରେ ସହରର ଗାନ୍ଧି ଛକ ଠାରେ ସାଂସଦ ଶ୍ରୀ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏତେଲା ଦେବା ସମୟରେ ବରିଷ୍ଠ ବିଜେପି ନେତା ପ୍ରଦୋଷ ମିଶ୍ର, ସୁର୍ଯ୍ୟନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ରାଜକୁମାର ମେହେର ପ୍ରମୂଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି କୁଚିଆ ମଦ କାରବାର
ବୌଦ୍ଧ,୨୯/୭: ବୌଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ଅଟେ । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷ ଓ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲା ୩ ଗୋଟି ବ୍ଳକ ଓ ଗୋଟିଏ ଏନଏସିକୁ ନେଇ ଗଠିତ । ଜିଲ୍ଲାଟି ରାଜ୍ୟ ଭୌଗୋଳିକ ମାନଚିତ୍ରରେ ମଧ୍ୟସ୍ଥଳରେ ଅବସ୍ଥିତ ହୋଇଥିବା ବେଳେ କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ମଦ ଓ ଗଂଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ଦେଶୀମଦ ଭାଟି ଥିବା ବେଳେ ୧୪ ଗୋଟି ବିଦେଶୀ ମଦ ଦୋକାନ ରହିଛି । ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି ନେଇ ମଦ ଦୋକାନ ଖୋଲଥିବା ବେଳେ କିନ୍ତୁ ବୌଦ୍ଧ ଜିଲ୍ଲାରେ ବେଆଇନ ଭାବେ କୁଚିଆ ମଦ ଦୋକାନ ଛତୁ ଫୁଟିଲା ଭଳି ରହିଛି । ବେଆଇନ କୁଚିଆ ମଦଦୋକାନ ଗୁଡିକ ବିଭିନ୍ନ ଢାବା, ହୋଟେଲ, ପାନ ଦୋକାନ, ଫାଷ୍ଟଫୁଡ ଦୋକାନ ଆଦି ସ୍ଥାନ ଗୁଡିକରେ ଖୁଲମଖୁଲା ଭାବେ ଖୋଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି ।
ଏହା ସହ କୁଚିଆ ମଦ ଦୋକାନ ଗୁଡିକ ବିଭି୍‌ନ୍ନ ଶିକ୍ଷାନୁଷ୍ଠାନ, ଧର୍ମ ଅନୁଷ୍ଠାନ, ମୁଖ୍ୟ ଛକ ଗୁଡିକରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଖୁଲମଖୁଲା ମଦ ବିକ୍ରି ହେବାଯୋଗୁଁ ରାସ୍ତା ଉପରେ ବିଦ୍ୟାଳୟର ଛାତ୍ର୍ରଛାତ୍ରୀ ଓ ମହିଳା ମାନେ ଯିବାଆସିବା କଷ୍ଟକର ହୋଇପଡୁଛି । ସବୁ ସ୍ଥାନରେ ମଦ ବିକ୍ରି ହେଉଥିବା ଯୋଗୁଁ ଅବାଧରେ ଲୋକାମାନେ ଏହାକୁ ପିଇ ବିଭିନ୍ନ ରୋଗରେ ପହୁଛନ୍ତି ।
ଫଳରେ ଅକାଳରେ ଜୀବନ ଯାଉଥିବା ସହ ଗରୀବ ପରିବାର ଗୁଡିକ ବେସହରା ହୋଇପଡୁଛନ୍ତି । ଖାଲି ଯେ ମଦ ଜିଲ୍ଲାରେ ବେଆଇନ ଭାବେ ବିକ୍ରି ହେଉଛି ଏହା ନୁହେଁ ଜିଲ୍ଲାରେ ବର୍ତ୍ତମାନ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି । ଜିଲ୍ଲାର ବେକାର ଯୁବକ ମାନେ କମ ପରିଶ୍ରମରେ ଅଧିକ ଅର୍ଥ ଆଶା ଲୋଭରେ ଗଂଜେଇ ଚାଷ ଓ କାରବାରରେ ଲିପ୍ତ ରହୁଛନ୍ତି ।
ଜିଲ୍ଲାର ଆଭ୍ୟନ୍ତରଣ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ଗୁଡିକରେ ଗଂଜେଇ ଚାଷ ବହୁମାତ୍ରାରେ ହେଉଅଛି । ଜିଲ୍ଲାର ଗଂଜେଇ ମାମଲା ଗୁଡିକ ଦେଖିଲେ ଜିଲ୍ଲାରେ ଗଂଜେଇ ଚାଷ ଓ କାରବାର କିପରି ଚାଲିଛି ସ୍ୱଷ୍ଟ ଜଣାପଡୁଛି । ବୌଦ୍ଧ ଜିଲ୍ଲା ଶାନ୍ତ ଜିଲ୍ଲା ହୋଇଥିବା ବେଳେ କିନ୍ତୁ ଏବେ ମଦ ଓ ଗଂଜେଇ କବଳରେ । ଜିଲ୍ଲାରେ ଅବକାରି ବିଭାଗ କେବଳ ନାମକୁ ମା୍‌ତ୍ର କିଛି ମାମଲା କରି ଚୁପ ହୋଇ ବସିରହୁଛି ।
ଅବକାରୀ କର୍ମଚାରୀ ମାନେ କୁଚିଆ ମଦ ଭାଟି ଗୁଡିକରୁ ମାସିକ ବଟି ନେଇ ମାଲେମାଲ ହେଉଥିବାର ଅଭିଯୋଗ ହେଉଛନ୍ତି । ଯବି ପ୍ରଶାସନ ଏବେଠୁ ମଦ ଓ ଗଂଜେଇ କାରବାର ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଅଗାମୀ ଦିନରେ ଜିଲ୍ଲାଟି ମଦରେ ଭାସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ବଢୁଛି ସାଇବର ଅପରାଧ,ଜିଲ୍ଲାପାଳଙ୍କ ନାମରେ ବି ଫେକ୍ ଆଇଡି କରି ମାଗୁଛନ୍ତି ଟଙ୍କା
ବୌଦ୍ଧ,୨୯ା୭: ବୌଦ୍ଧରେ ସାଇବର ଅପରାଧ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଲୋକଙ୍କ ଏକାଉଣ୍ଟକୁ ହେକ୍ କରି ଟଙ୍କା ଉଠାଇବାରେ ସଫଳ ହେଉଥିବା ଅପରାଧିମାନେ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଅପରାଧୀମାନେ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଫଟୋକୁ ବ୍ୟବହାର କରି ନକଲି ଏକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଲୋକଙ୍କୁ ଅର୍ଥ ମାଗୁଥିବା ଜଣାଯାଇଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅବସର ଗ୍ରହଣ କରିବାକୁ ଆଊମାତ୍ର ତିନିଦିନ ବାକି ରହିଥିବାବେଳେ ହ୍ୱାଟସପ୍‌ରେ ତାଙ୍କରି ନାମରେ ଫେକ୍ ଏକାଉଣ୍ଟ୍ ଖୋଲି ବିଭିନ୍ନ ଅଧିକାରୀଙ୍କ ନିକଟକୁ ଅର୍ଥ ପ୍ରଦାନ କରିବାକୁ ମେସେଜ ପଠାଯାଉଥିବା ଘଟଣା ପଦାକୁ ଆସିବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଅପରାଧି ଗ୍ୟାଙ୍ଗଙ୍କ ଠାରୁ ସତର୍କ ରହିବାକୁ ଜିଲ୍ଲାର ଅଧିକାରୀ ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଛି ।
ସାଇବର ଠକଙ୍କ ନାମରେ ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ପକ୍ଷରୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଉଅଛି । ଜିଲ୍ଲାରେ ଏକ ସାଇବର ଥାନା ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବାବେଳେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସରକାର କ୍ୟାସଲେସ କାରବାରକୁ ପ୍ରୋତ୍ସହନ ଦେଉଥିବାବେଳେ ସାଇବର ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ କୌଣସି ବ୍ୟବସ୍ଥା କରିପାରିନାହାନ୍ତି ।
ଫଳରେ କମ୍ପ୍ୟୁଟର,ମୋବାଇଲ ଓ ଇଣ୍ଟରନେଟ ଉପରେ ବିଶେଷ ଜ୍ଞାନ ନଥିବା ଲୋକମାନେ ନେଟ ବ୍ୟାଙ୍କିଙ୍ଗ କରି ଠକମାନଙ୍କ ଦ୍ୱାରା ଶୀକାର ହେଉଛନ୍ତି । ସେହିପରି ବ୍ୟାଙ୍କ ଏଟିଏମ ଗୁଡିକରୁ ଟଙ୍କା ଉଠାଣ ସମୟରେ ମଧ୍ୟ ଅନେକ ଲୋକ ଠକମାନଙ୍କ ଶୀକାର ହେଉଥିବା ଦେଖିବାକୁ ମିଳୁଅଛି ।
ତେଣୁ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ତୁରନ୍ତ ସରକାର ପ୍ରତ୍ୟେକ ଜିଲାରେ ସ୍ୱତନ୍ତ୍ର ଥାନା ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031