Indus Valley Times

ରାସନ୍ କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ଏବେ ମୁଣ୍ଡପିଛା ୫ କେଜି ନୁହେଁ ୧୦ କେଜି ଚାଉଳ !

 Breaking News

ରାସନ୍ କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ଏବେ ମୁଣ୍ଡପିଛା ୫ କେଜି ନୁହେଁ ୧୦ କେଜି ଚାଉଳ !

ରାସନ୍ କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ଏବେ ମୁଣ୍ଡପିଛା ୫ କେଜି ନୁହେଁ ୧୦ କେଜି ଚାଉଳ !
October 15
18:24 2025

ଭୁବନେଶ୍ୱର,୧୫/୧୦: ରାଶନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ମୁଣ୍ଡ ପିଛା ଚାଉଳ ପରିମାଣ ବଢ଼ିପାରେ। ତେବେ ୫ କିଲୋ ଜାଗାରେ ଆଉ ଅଧିକ ୫କିଲୋ ଚାଉଳ ଦେବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ରାଶନକାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ଅଧିକ ଚାଉଳ ପାଇବେ। ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଏନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ।
ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍ ପଠାଯିବ । ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031