Indus Valley Times

ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର ,ନିକଟସ୍ଥ ସିସିଟିଭି ଫୁଟେଜ୍ ରୁ ଯାଞ୍ଚ କରୁଛି ପୋଲିସ୍

 Breaking News

ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର ,ନିକଟସ୍ଥ ସିସିଟିଭି ଫୁଟେଜ୍ ରୁ ଯାଞ୍ଚ କରୁଛି ପୋଲିସ୍

ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର ,ନିକଟସ୍ଥ ସିସିଟିଭି ଫୁଟେଜ୍ ରୁ ଯାଞ୍ଚ କରୁଛି ପୋଲିସ୍
August 11
12:04 2022

ଚଣ୍ଡିଖୋଲ ୧୧।୦୮: ରାସ୍ତାକଡ଼ ବ୍ୟାଗରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡେଇ ଛକ ନିକଟରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ କଡେଇ ଛକ ନିକଟ ରାସ୍ତା କଡ଼ରେ ଏକ ବ୍ୟାଗ୍ରେ ନବଜାତ ଶିଶୁକନ୍ୟାଟି ପଡିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ସ୍ଥାନୀୟଲୋକେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶିଶୁଟିର ଅବସ୍ଥା ଏବେ ସ୍ଥିର ରହିଛି ।
ଅନ୍ୟପଟେ ଶିଶୁଟିର ପଛପଟେ ଏକ ଅଙ୍ଗ ବଢିଥିବା ଦେଖିବାକୁ ମିଳିଛି । ତେବେ ତିନିଦିନର ଶିଶୁଟିକୁ ଏପରି କିଏ ଓ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇଛି । ସେନେଇ ବଡ଼ଚଣା ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031