Indus Valley Times

ରାସ୍ତା ନିର୍ମାଣ ଦାବୀ ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ : ଅଣଦେଖା କଲେ ଭୋଟ ବର୍ଜନର ଚେତାବନୀ

 Breaking News

ରାସ୍ତା ନିର୍ମାଣ ଦାବୀ ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ : ଅଣଦେଖା କଲେ ଭୋଟ ବର୍ଜନର ଚେତାବନୀ

ରାସ୍ତା ନିର୍ମାଣ ଦାବୀ ନେଇ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ : ଅଣଦେଖା କଲେ ଭୋଟ ବର୍ଜନର ଚେତାବନୀ
November 08
21:19 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଲାଗାଡୁ, ଗଡ଼ାପାକାଲି, ପ୍ରାହେଟପଙ୍କା, ବେଡ଼ଗାପାଙ୍ଗା, ଦୁଳିବାଲି ଓ ଗଦା ପାଦେର ଉକ୍ତ ୬ଟି ପଡ଼ା ଗ୍ରାମର ପାଖାପାଖି ପ୍ରାୟ ୪୩୫ ଜନସଂଖ୍ୟା ରୁ ଉର୍ଦ୍ଧ ବସବାସ କରିଆସୁଛନ୍ତି ।
ଉକ୍ତ ଜନସାଧାରଣଙ୍କ ଗମନାଗମନର ସୁଵିଧା କରିବା ପାଇଁ ପଞ୍ଚାୟତ ସମିତି ରାସ୍ତା ନିର୍ମାଣ କରାଯାଇଥିଲା ।ହେଲେ ରକ୍ଷଣବେକ୍ଷଣ ଅଭାବରୁ ରାସ୍ତା ସମ୍ପୂର୍ଣ୍ଣ ଖରପ ହୋଇ ଗମନାଗମନ ବିପର‌୍ୟ୍ୟସ୍ତ ହୋଇ ରହିଛି । ଫଳରେ ଗର୍ଭବତୀ, ପ୍ରସୂତି ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ ହୋଇଛି ।
ସେହିପରି ଗ୍ରାମରେ ଥିବା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଉଚ୍ଚ ଶିକ୍ଷା ତଥା ମଧ୍ୟ ଇଂରାଜୀ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ଆସିବା କରି ପାଠ ପଢିବାରେ ସମସ୍ୟା ହେବା ଓ କୃଷି କାର୍ଯ୍ୟରେ ଉତ୍ପାଦିତ ଦ୍ରବ୍ୟ ବଜାରକୁ ନେଇ ବିକ୍ରୀ ଭଟା କରିବାରେ ସମସ୍ୟା ହୋଇ ଆର୍ଥିକ କ୍ଷତି ସହିବାକୁ ପଡୁଛି ।
ଏଣୁ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ବିଡିଓଙ୍କୁ ଲିଖିତ ସ୍ମାରକ ପତ୍ର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ।
ଏହି ସମସ୍ୟା ଦିଗରେ ଅବହେଳା କଲେ ଆଗକୁ ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ୯ ନମ୍ବର ୱାର୍ଡ ବାସିନ୍ଦା ।ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବାକୁ ଦାବୀ ହେଉଛି କ୍ଷ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031