Indus Valley Times

ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ୫ ରୁ ଊର୍ଦ୍ଧ୍ବ ରୋଗୀ; ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

 Breaking News

ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ୫ ରୁ ଊର୍ଦ୍ଧ୍ବ ରୋଗୀ; ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ , ୨ ଦିନରେ ୩ ମୃତ

September 30
19:34 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୯ : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖାଯାଇ ଥାଏ ବିଭିନ୍ନ ପ୍ରକାର ସମସ୍ୟା।
ଯାହାକି, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକର ଆଦିବାସୀ ଅଧୁଷିତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଂଚାୟତରେ ଦେଖିବାକୁ ମିଳିଛି କ୍ଷ
ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୧୫ ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି।
ଗୁରୁତର ମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତେବେ ଦୁଇ ଦିନରେ ୩ ଜଣଙ୍କର ମୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଧୁଣା ଜାନୀ(୬୦) , କୁଡ଼ୁକୁଙ୍ଗା ଆଲୁମାଝୀ (୬୦) ଏବଂ ଟାପାରି ମାଝୀ (୩୨) ବୋଲି ଜଣାଯାଇଛି।
ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀ ମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ନାହିଁ ନଥିବା ସମସ୍ୟା ଉପୁଜିଥିବାର ଦେଖାଯାଇଛି।
ରିପୋର୍ଟ ଲେଖାହେବା ସୁଦ୍ଧା ଦୁଇ ଦିନରେ ଉକ୍ତ ଗ୍ରାମ ମାନଙ୍କର ପ୍ରାୟ ୨୦ଜଣଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ କୋଟଗଡ଼଼ ଡ଼ାକ୍ତରଖାନାରେ ୮ ଜଣ ଓ ଗ୍ରାମରେ ଅନ୍ୟ ମାନେ ଚିକିତ୍ସିତ ହେଉଥିବାର ଜଣାଯାଇଛି।
ରାସ୍ତାନଥିବା ଯୋଗୁଁଁ ନିଜେ ମୋବାଇଲ୍ ହେଲଥ ୟୁନିଟର ଡ଼ାକ୍ତର ଡ଼.ଅଶୋକ କୁମାର ସାମଲ ଓ ଅନ୍ୟମାନେ ରୋଗୀ ମାନଙ୍କୁ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କୋଟଗଡ଼଼ ଡ଼ାକ୍ତରଖାନାକୁ ପଠାଇଥିବାର ଜଣାପଡିଛି। ପ୍ରକାଶ ଯେ, ଦୁର୍ଗପାଙ୍ଗାରେ ଥିବା ଡ଼ାକ୍ତର ଜର୍ଜ ଦୀପକ ଦୁର୍ଗାଦତଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀ କାଣିବାରୁ ଓ ସିନ୍ଧିବାଲିରେ କେତେକ ଲୋକ ଜ୍ୱର , ଝାଡ଼ା , ବାନ୍ତି ଏବଂ ପେଟବଥାରେ ଆକ୍ରାନ୍ତ ଥିବାର ଖବର ଦେବା ପରେ ତୁରନ୍ତ ଡ଼ାକ୍ତରି ଦଳ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲା।
ତେବେ ଉକ୍ତ ଗ୍ରାମକୁ ଯାତାୟତ ପାଇଁ ରାସ୍ତା ନ ଥିବା ଯୋଗୁଁଁ ଆମ୍ବୁଲାନ୍ସ ଡ଼ିମିଲି ପର୍ଯ୍ୟନ୍ତ ଯାଇ ପାରିଥିଲା।
ଉକ୍ତ ଦୁଇଟି ଗ୍ରାମ ଡ଼ିମିଲି ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବେଳେ ଗ୍ରାମବାସୀ , ଡ଼ାକ୍ତରି ଟିମ୍ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଗୁରୁତର ମାନଙ୍କୁ ନିଜେ ଖଟିଆରେ ବୋହି ଡ଼ିମିଲି ପର‌୍ୟ୍ୟନ୍ତ ଆଣିବା ପରେ ସେଠାରୁ କୋଟଗଡ଼଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଥିବାର ଡ଼ାକ୍ତର ମାନେ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ପ୍ରକାରେ ଉକ୍ତ ଗ୍ରାମରେ ଗତ ୩ ତିନ ତଳେ ଏକ ଭୋଜି ହୋଇଥିଲା।
ଉକ୍ତ ଭୋଜି ଖାଇବା ପରେ ଅନେକ ଏଭଳି ଭାବେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। କୋଟଗଡ଼଼ରେ ଏକ ସ୍ୱତନ୍ତ୍ର ଟିମ୍ ଆକ୍ରାନ୍ତ ମାନଙ୍କର ଚିକିତ୍ସା ଚଳାଇଥିବାର ଜଣାଯାଇଛି।
ଏକାଧିକ ଗୁରୁତର ମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଥିବାର ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031