Indus Valley Times

ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ

 Breaking News

ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ

December 19
12:18 2024

ନୂଆଦିଲ୍ଲୀ, ୧୯/୧୨ : ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦ ଏଣ୍ଟ୍ରି ଗେଟରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।
‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ହୋଇଥିଲା ଠେଲାପେଲା। ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲିଥିଲେ । ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଏନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ମୁଁ ଶିଡ଼ିରେ ଛିଡ଼ା ହୋଇଥିଲି। ଉକ୍ତ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଥମେ ଜଣେ ସାଂସଦଙ୍କୁ ଠେଲିଦେଲେ। ଉକ୍ତ ସାଂସଦଜଣକ ମୋ’ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଯାଇଥିଲି।
ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦ ରୋକିଥିଲେ । ସେ ମୋତେ ଧକ୍କା ମାରିବା ସହ ଧମକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ସେ ଧକ୍କା ମାରିଥିଲେ। ସେ ଆମକୁ ସଂସଦ ଭିତରେ ପ୍ରବେଶ କରିବାରୁ ରୋକୁଥିଲେ। ସଂସଦରେ ପ୍ରବେଶ କରିବା ନିମନ୍ତେ ଆମର ଅଧିକାର ଅଛି। କୌଣସି ବିଜେପି ସାଂସଦ ଆମକୁ ଏଥିରୁ ରୋକି ପାରିବେନି।ଠେଲାପେଲା କଲେ ଆମର କିଛି ହେବନି ବୋଲି କହିଛନ୍ତି ରାହୁଲ ।
ବିଜେପି ଏହି ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ରାହୁଲ ଗାନ୍ଧି ବିଜେପି ସାଂସଦଙ୍କୁ ଠେଲିଥିବାର ଭିଡିଓ ହସ୍ତଗତ ହେଲେ ବିଜେପି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତି ଚଳାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930