Indus Valley Times

ରାୟଗଡ଼ାରେ ମେଧା ପାଟେକର ଅଟକ, ଜନ ସମାବେଶରେ ହୋଇଥାନ୍ତେ ସାମିଲ

 Breaking News

ରାୟଗଡ଼ାରେ ମେଧା ପାଟେକର ଅଟକ, ଜନ ସମାବେଶରେ ହୋଇଥାନ୍ତେ ସାମିଲ

ରାୟଗଡ଼ାରେ ମେଧା ପାଟେକର ଅଟକ, ଜନ ସମାବେଶରେ ହୋଇଥାନ୍ତେ ସାମିଲ
June 05
10:09 2025

ଭୁବନେଶ୍ୱର, ୫/୬: ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟେକରଙ୍କୁ ଅଟକ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି।
ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ ଘଟଣା ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପରିବେଶବିତ୍ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି।
ପ୍ରକାଶ ଯେ, କାଶିପୁର ବ୍ଲକ ସୁଙ୍ଗେର ହାଟପଦା ଠାରେ ଆୟୋଜିତ ହେବାକୁ ଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୁରୁବାର ସକାଳେ ହୀରାଖଣ୍ଡରେ ଭୁବନେଶ୍ୱରରୁ ରାୟଗଡ଼ା ଠାରେ ପହଞ୍ଚିଥିଲେ।
ତେବେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବ ଓଡ଼ିଶା ପୋଲିସ ଛାଉଣୀ କରି ଘେରି ଯାଇଥିଲେ ମେଧାଙ୍କୁ। କେଉଁ କାରଣରୁ ପୋଲିସ ମେଧାଙ୍କୁ ଅଟକ ରଖିଛି ସେନେଇ ଦାୟିତ୍ୱରେ ଥିବା ଡିଏସପି ମୁନି ଆଚାରିଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
ଏଭଳିକି ଏନେଇ ଏସପି ସାଥି ଏସ କୁମାରଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ମଧ୍ୟ ଫୋନ କାଟି ଦେଇଥିଲେ। ମେଧାଙ୍କ ସହିତ ଆସିଥିବା ଲିଙ୍ଗରାଜ ଆଜାଦ, ନରେନ୍ଦ୍ର ମହାନ୍ତି ଏବଂ ହର ବଣିଆଙ୍କୁ ମଧ୍ୟ ପୋଲିସ ଛାଉଣୀ କରିଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031