Indus Valley Times

ରାୟଗଡ଼ାର ନାଗାବଳୀରେ ଭାସିଯାଇ ପୁଅର ଏଯାଏଁ ମିଳୁନି ପତ୍ତା, ବାପା ଉଦ୍ଧାର

 Breaking News

ରାୟଗଡ଼ାର ନାଗାବଳୀରେ ଭାସିଯାଇ ପୁଅର ଏଯାଏଁ ମିଳୁନି ପତ୍ତା, ବାପା ଉଦ୍ଧାର

ରାୟଗଡ଼ାର ନାଗାବଳୀରେ ଭାସିଯାଇ ପୁଅର ଏଯାଏଁ ମିଳୁନି ପତ୍ତା, ବାପା ଉଦ୍ଧାର
October 18
09:48 2021

ରାୟଗଡ଼ା, ୧୮/୧୦: ଗୋଡ଼ ଧୋଇବାକୁ ଯାଇ ଭାସିଗଲେ ବାପା। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ବି ଭାସିଗଲା। ସୋମବାର ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ାରେ। ରାୟଗଡ଼ାର ନାଗାବଳୀରେ ବାପପୁଅ ଭାସି ଯାଇଛନ୍ତି। ବାପା ଉଦ୍ଧାର ହୋଇଥିବା ବେଳେ ପୁଅ ନିଖୋଜ ଅଛି।
ସୋମବାର ପାରଳାଖେମୁଣ୍ଡିରୁ ଏକ ପରିବାର ରାୟଗଡା ବୁଲିବା ପାଇଁ ଆସିଥିଲେ। ସେମାନେ ପ୍ରଥମେ ମଝି ଘରିଆଣି ମନ୍ଦିର ଦର୍ଶନ ସାରି ନାଗାବଳୀ ନଦୀ ଝୁଲା ପୋଲୋ ନିକଟକୁ ବୁଲିବା ପାଈଁ ଆସିଥିଲେ।
ଏହି ସମୟରେ ବାପା କେ. ଶ୍ରୀନିବାସ ଗୋଡ଼ ଧୋଇବାକୁ ନଦୀ ଭିତରକୁ ଯାଇଥିଲେ। ହେଲେ ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
ଏହି ସମୟରେ ତାଙ୍କ ପୁଅ କେ. ଜିତେନ୍ଦ୍ର ବାପାକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସି ଯାଇଥିଲା। ସ୍ଥାନୀୟ ମାରିଗୁଡା ଗ୍ରାମବାସୀ ଉଦ୍ଧାର କାମ ଜାରି ରହିଛି। ଅଗ୍ନିଶମ ବାହିନୀ ନାଗାବଳୀ ନଦୀରେ ଖୋଜା ଖୋଜି ଚଳାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031