Indus Valley Times

‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ

 Breaking News

‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ

‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ
November 02
19:43 2025

କଟକ, ୨/୧୧: ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ । ୭୫ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରୁଚି କମ୍ପାନୀର ପ୍ରତିଷ୍ଠାତା ଥିଲେ ଶରତ ଚନ୍ଦ୍ର ସାହୁ।
ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ‘ରୁଚି’ ଶିଳ୍ପୋଦ୍ୟୋଗ। ଏହାର ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ସୁପରିଚିତ ନାଁ । ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଶରତ କୁମାର ସାହୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
୧୯୭୬ ମସିହା ବେଳକୁ ଏକ ସାଧାରଣ ମେସିନରେ ଗୁଣ୍ଡ ମସଲାକୁ ଓଡ଼ିଶା ବଜାରରେ ପ୍ରଥମେ ପ୍ରବେଶ କରାଇଥିଲେ ।
ଯେତେବେଳେ ଓଡ଼ିଶାର ଗୃହିଣୀମାନେ ବଟା ମସଲାର ଉପଯୋଗ କରୁଥିଲେ ସେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ଗୁଣ୍ଡ ମସଲାର ଦବଦବା ଜାହିର କରିବାରେ ସଫଳ ହୋଇଥିଲେ ସେ ।
ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ଗୁଣମାନର ମସଲା ପ୍ରସ୍ତୁତି ଓ ତା’ର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ‘ରୁଚି’ ହିଁ ସର୍ବପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ ।
୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ ଶରତ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ସେ କବାଡ଼ି ଖେଳିବା, ଫୁଟବଲ, ବ୍ୟାଡମିଂଟନ ଖେଳିବାକୁ ଭଲ ପାଆନ୍ତି। ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031