Indus Valley Times

ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, ୨୪ ଘଣ୍ଟା ପୂର୍ବରୁ ବିଜ୍ଞପ୍ତି ରଦ୍ଦ କଲେ ରେଜିଷ୍ଟ୍ରାର

 Breaking News

ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, ୨୪ ଘଣ୍ଟା ପୂର୍ବରୁ ବିଜ୍ଞପ୍ତି ରଦ୍ଦ କଲେ ରେଜିଷ୍ଟ୍ରାର

ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, ୨୪ ଘଣ୍ଟା ପୂର୍ବରୁ ବିଜ୍ଞପ୍ତି ରଦ୍ଦ କଲେ ରେଜିଷ୍ଟ୍ରାର
October 21
15:50 2022

କଟକ, ୨୧/୧୦: ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍ ପ୍ରତ୍ୟାହୃତ ହୋଇଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍ ଜାରି କରିଥିଲେ। କର୍ତ୍ତୃପକ୍ଷ ସେଥିରେ ଦର୍ଶାଇଥିଲେ, ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ। ଏହାଛଡ଼ା କୌଣସି ଛାତ୍ରଛାତ୍ରୀମାଦେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରି ପାରିବେ ନାହିଁ। ଆମରଣ ଅନଶନ ଓ ପ୍ରବେଶ ପଥରେ ଧାରଣ ଦେଇପାରିବେ ନାହିଁ, କ୍ୟାମ୍ପସ୍ ପରିସରରେ ମାଦକ ଦ୍ରବ୍ୟ ସେବନ ଉପରେ କଟକଣା ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ। ହଷ୍ଟେଲ ନିୟମକୁ ଉଲ୍ଲଂଘନ କଲେ ବିଦ୍ୟାର୍ଥୀଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଥିଲା।
ନୋଟିସ୍ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ମୋଟର ସାଇକେଲ ଚଳାଇ ପାରିବେ ନାହିଁ। ସେଥିପାଇଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ସମୟ ଦେବାକୁ ପଡ଼ିବ ସତ୍ୟପାଠ। ତା’ ଛଡ଼ା ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡିଂ କରି ପାରିବେ ନାହିଁ। କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ କର୍ମଚାରୀଙ୍କୁ ନିଜର ପରିଚୟପତ୍ର ଆବଶ୍ୟକ ସ୍ଥଳେ ତତ୍କ୍ଷଣାତ ଦେଖାଇବେ। ଶ୍ରେଣୀ ଗୃହରେ ପାଠ ପଢା ସମୟରେ କୌଣସି ଛାତ୍ରଛାତ୍ରୀ ମୋବାଇଲ୍ ଫୋନ୍ ବ୍ୟବହାର କରି ପାରିବେ ନାହିଁ। ଖରାପ ବ୍ୟବହାର, ହିଂସାତ୍ମକ ଆଚରଣ କଲେ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଥିଲା।
ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନୋଟିସ୍କୁ ନେଇ ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାରି କରିଥିବା ନୋଟିସ୍କୁ ପ୍ରତ୍ୟାହାର କରିନେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031