Indus Valley Times

ରେଳବାଇ କର୍ମଚାରୀଙ୍କ ଅଦମ୍ୟ ସାହସ ଯୋଗୁଁ ବଞ୍ଚିଗଲା ହଜାର ହଜାର ଲୋକଙ୍କ ଜୀବନ

 Breaking News

ରେଳବାଇ କର୍ମଚାରୀଙ୍କ ଅଦମ୍ୟ ସାହସ ଯୋଗୁଁ ବଞ୍ଚିଗଲା ହଜାର ହଜାର ଲୋକଙ୍କ ଜୀବନ

August 06
18:33 2021

ଜୟପୁର,୬ ।୮: ରେଳବାଇରେ କାମ କରୁଥିବା ଜଣେ ତଳିଆ କର୍ମଚାରୀ ଅର୍ଥାତ୍ ଗ୍ରେଡ ଡି କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ତାଙ୍କର ଅଦମ୍ୟ ସାହସ ତାଙ୍କ ପାଇଁ ଆଣି ଦେଇଛି ପ୍ରଶଂସା । ଘଟଣାଟି ହେଉଛି ରାଜସ୍ଥାନର । ରାହୁଲ ନାମକ ଜଣେ ବ୍ୟକ୍ତି କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବେ କାର୍ଯ୍ୟ କରନ୍ତି । ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ। ତେବେ ଏତେ ରାତି ଥିବାରୁ କୌଣସି ଗାଡ଼ି ତାଙ୍କୁ ମିଳିନଥିଲା। ଯେଉଁଥି ଲାଗି ସେ ଚାଲି ଚାଲି ଅନ୍ଧାର ରାତ୍ରୀରେ ପ୍ରାୟ ୭ କିମି ବାଟ ଯାଇଥିଲେ। କେବଳ ଯାଇଥିଲେ ତାହା ନୁହେଁ ବରଂ ଟ୍ରେନ ଲାଇନ୍ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ରେଳବାଇର ଅଧିକାରୀ। ସେ ଯାହା ବି ହେଉ ରାହୁଙ୍କର ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢମନୋବଳ ଯୋଗୁଁ ଆଜି ବଡ଼ ଦୁର୍ଘଟଣା ଟଳିଯାଇଛି।
ତେବେ ଏହି ଖବର ଜଣାପଡ଼ିବା ପରେ ରାହୁଲଙ୍କ କାମକୁ ନେଇ ସବୁଆଡ଼େ ପ୍ରଶଂସା କରାଯାଉଛି। ଏହି ଖବର ରେଳବାଇ ପାଇବା ପରେ ରାହୁଲଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ସେ ଯାହା ବି ହେଉ ଅନ୍ଧାର ରାତିରେ ନିଜ ଜୀବନକୁ ବାଜି ଲଗାଇ ଏମିତି ଭାବରେ କାମ କରିବା ନିହାତି ପକ୍ଷରେ କଷ୍ଟକର। କିନ୍ତୁ ଏହା ପରେ ବି ସେ ଶତାଧିକ ଲୋକଙ୍କ ଜୀବନ ବଂଚାଇଥିବାରୁ ରାହୁଲଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031