Indus Valley Times

ରୋଟାରୀ କ୍ଲବ ନୟାଗଡ଼ ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ

 Breaking News

ରୋଟାରୀ କ୍ଲବ ନୟାଗଡ଼ ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ

ରୋଟାରୀ କ୍ଲବ ନୟାଗଡ଼ ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ
August 05
11:21 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୫/୮: ଅଗଷ୍ଟ ୪ ୨୦୨୫, ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ର ସ୍ମୃତି ରେ ନୟାଗଡ଼ ରୋଟାରୀ କ୍ଳବ୍ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ବନ୍ଧୁ ମାନେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ରୋଟାରୀ କ୍ଲବ ସଭାପତି ବସିରନ ବିବି ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ନିରୁପମା ଖଟେଇ ଏବଂ ସମ୍ମାନିତ ଅତିଥି ଭାବେ ଡିଆଇପିଆରଓ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ଯୋଗଦେଇଥିଲେ।
ଅତିଥି ମାନେ ଆଜିର ଦିବସରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଶୁଭେଛା ଜଣାଇଥିଲେ ଏବେ ସମସ୍ତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ପରିଚାଳନା ରୋଟାରିଆନ ଧିରେନ୍ଦ୍ର କୁମାର ପଟ୍ଟନାୟକ କରିଥିବା ବେଳେ ସଂପାଦକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରୋଟାରୀ କ୍ଲବ୍ ର ଉପସଭାପତି ମଦନମୋହନ ମହାପାତ୍ର, ସଦସ୍ୟ ଗୋଦାବରୀଶ ସାହୁ, ପ୍ରକାଶ ପଟ୍ଟନାୟକ, ପ୍ରଶନ୍ନ କୁମାର ବସ୍ତିଆ, ଜି ରଶ୍ମିରାଜ, ବାସୁଦେବ ସାହୁ , ଦିଲ୍ଲିପ ମିଶ୍ର, ଲକ୍ଷ୍ମୀ ନାରାୟଣ ରଥ, ଦେବାଶିଷ ପଟ୍ଟନାୟକ, ଶ୍ରୀକୁମାର ରଥ ପ୍ରମୁଖ ଆଜିର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031