Legatus

ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

 Breaking News

ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

August 04
20:28 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୮: ନୟାଗଡ଼,ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ଅବଦୁଲ ଆରିଫ ଖାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସାହୁ ସମ୍ମାନିତ ଅତିଥି ଭାବେ ,ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।
ରୋଟାରୀ କ୍ଲବ ସଂପାଦକ ଶ୍ରୀଧର ସାହୁ ସଂପାଦକୀୟ ବିବରଣୀ ପାଠ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ।
ଓଡ଼ିଆ ସାମ୍ବାଦିକଦିବସ ଉପରେ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ବୈଦ୍ୟ ଭୂଷଣ ମହାପାତ୍ର , ନିର୍ମଳ ଚନ୍ଦ୍ର ଶୂରଦେଓ, ରାମକୃଷ୍ଣ ରଥ, ହୁସେନ ଖାନ୍, ରସାନନ୍ଦ ସ୍ବାଇଁ , ରଜତ କୁମାର ପଟ୍ଟନାୟକ ଲୋକନାଥ ମିଶ୍ର ଅଭିଭାଷଣ ରଖିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତାଙ୍କ ବକ୍ତବ୍ୟରେ, ସାମ୍ବାଦିକ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକ ଜୀବନର କଷ୍ଟ, ଜୀବନର ସଂଗ୍ରାମ ଉପରେ ପୌର ପରିଷଦ ଅଧ୍ୟକ୍ଷା ବକ୍ତବ୍ୟ ରଖିଥିଲେ। ସାମ୍ବାଦିକମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ।ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ।
ନୟାଗଡ ବୈଦ୍ୟୁତିକ,ଛପା ,ଡିଜିଟାଲ ଗଣମାଧ୍ୟମ ର ସମସ୍ତ ସାମ୍ବାଦିକ ଅନିଲି କୁମାର ପଣ୍ଡା ,ସଞ୍ଜୟ କୁମାର ସ୍ବାଇଁ,ସୁଧାକର ମିଶ୍ର,ପ୍ରଶାନ୍ତ କୁମାର ଜେନା ,ବିଶ୍ୱଭୂଷଣ ମହାପାତ୍ର, ଜନ୍ମେଜୟ ମହାନ୍ତି,ପ୍ରଭାତ କୁମାର ମହାପାତ୍ର, ଅନୱର ଅଲ୍ଲୀ, ବୈଦ୍ୟ ଭୂଷଣ ମହାପାତ୍ର ପ୍ରୁମୁଖ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।
ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ରୋଟାରୀ କ୍ଳବ୍ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଶେଷରେ ଶ୍ରୀକାନ୍ତ କୁମାର ଖଟେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31