ରୋଟାରୀ କ୍ଲବ ପକ୍ଷରୁ ଚିକିତ୍ସା ଶିବିର
![ରୋଟାରୀ କ୍ଲବ ପକ୍ଷରୁ ଚିକିତ୍ସା ଶିବିର](http://indusvalleytimes.com/news/wp-content/uploads/2021/09/kmp--680x365_c.jpg)
September 26
19:04
2021
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୯ : ନୟାଗଡ଼ ରୋଟାରୀ କ୍ଲବ ଆନୁକୁଲ୍ୟରେ ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଖଣ୍ଡପଡ଼ା ବ୍ଲକ ଶିଖରପୁର ଗ୍ରାମରେ ଫିଜିଓଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଫିଜିଓଥେରାପିଷ୍ଟ ଅଭିଳାଷ ଦାସ ଓ ସହଯୋଗୀ ନମିତା ନନ୍ଦଙ୍କ ଠାରୁ ପରାମର୍ଶ ନେବା ସହ ଫିଜିଓଥେରାପି କସରତ ଶିଖିଥିଲେ।
ଏହି ଶିବିର କି ପରିଚାଳନା କରିବାରେ ରୋଟାରୀ ଆନ ଆରିଫ୍ ଖାନ୍, ପ୍ରବିର ପୃଷ୍ଟି, , ଲକ୍ଷ୍ମୀ ନାରାୟଣ ରଥ ଏବଂ ଆର.ସି.ସି. ଶିଖରପୁରର ଯୁବ ସମାଜସେବୀମାନେ ସହଯୋଗ କରିଥିଲେ। ଚିକିତ୍ସା ଶିବିର କୁ ଆଗାମୀ ଦିନମାନଙ୍କରେ ଜାରି ରଖିବା ପାଇଁ ଗ୍ରାମବାସୀମାନେ ରୋଟାରୀ କ୍ଲବ ସଦସ୍ୟ ମାନଙ୍କ ନିକଟରେ ଅନୁରୋଧ ରଖିଥିଲେ।