Indus Valley Times

ଲକଡାଉନ୍‌କୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କଲେ ମହାରାଷ୍ଟ୍ର ସରକାର

 Breaking News

ଲକଡାଉନ୍‌କୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କଲେ ମହାରାଷ୍ଟ୍ର ସରକାର

October 29
21:08 2020

ମୁମ୍ବାଇ, ୨୯।୧୦: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ସରକାର ନଭେମ୍ବର ୩୦ ଯାଏଁ ଲକଡାଉନ୍‌କୁ ବୃଦ୍ଧି କରିଛନ୍ତି ।
ଗୁରୁବାର ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
ମହାରାଷ୍ଟ୍ରରେ ଲଗାତର ଭାବେ କରୋନା ମାମଲା ବଢୁଛି । ଯାହା ରାଜ୍ୟ ଓ କେନ୍ଦ୍ରର ଚିନ୍ତା ବଢାଇ ଦେଇଛି । ବୁଧବାର ରାଜ୍ୟରେ ୬ ହଜାର ୭୩୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ମୋଟ୍ ମାମଲା ୧୬ ଲକ୍ଷ ୬୦ ହଜାର ଅତିକ୍ରମ କରିଛି । ଏବେବି ୧ଲକ୍ଷ ୩୦ ହଜାରରୁ ଅଧିକ ସକ୍ରିୟ କେସ୍ ରହିଛି । ଆମହୁରି ମଧ୍ୟ ୪୩ ହଜାର ୫୫୪ କରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031