Indus Valley Times

ଲଗାଣ ବର୍ଷାରେ ଭିଜୁଛି ରାଜଧାନୀ,୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା

 Breaking News

ଲଗାଣ ବର୍ଷାରେ ଭିଜୁଛି ରାଜଧାନୀ,୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା

October 04
11:16 2022

ଭୁବନେଶ୍ୱର,୪।୧୦ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଆଖପାଖ ଅଞ୍ଚଳରେ ସକ୍ରିୟ ଲଘୁଚାପ । ପ୍ରଭାବରେ ଉପକୂଳ ଓଡିଶା ବର୍ଷା ଲାଗି ରହିଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ରାତିରୁ ବର୍ଷା ହେଉଛି । ଘଣ୍ଟା ପ୍ରତି ୨ ରୁ ୩ ସେମି ବର୍ଷା ହୋଇଛି । ଏଥିସହିତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି ।
ତେବେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷିବ। ଉପକୂଳ ସାଙ୍ଗକୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଆସନ୍ତା ୨୪ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ସେହିଭଳି ମାଲକାନଗିରି, କୋରାପୁଟ, ଗଜପତି ଓ ଗଂଜାମ ରେ ଅତି ପ୍ରବଳ ବର୍ଷା ସହ ନବରଙ୍ଗପୁର, ରାୟଗଡ, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଓ ନୟାଗଡ଼ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୫ ତାରିଖ ରେ ୧୦ ଜିଲାରେ ପ୍ରବଳ ବର୍ଷା ସହ ୬ ତାରିଖରେ ୬ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031