Indus Valley Times

ଲଗାଣ ବର୍ଷା ଯୋଗୁଁ ‘ଭାରତ-ବନ୍ଦ’ର ପ୍ରଭାବହୀନ

 Breaking News

ଲଗାଣ ବର୍ଷା ଯୋଗୁଁ ‘ଭାରତ-ବନ୍ଦ’ର ପ୍ରଭାବହୀନ

ଲଗାଣ ବର୍ଷା ଯୋଗୁଁ ‘ଭାରତ-ବନ୍ଦ’ର ପ୍ରଭାବହୀନ
September 27
19:14 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୭/୯: କୃଷକ ମାନଙ୍କ ଜୀବନ ଜୀବିକା ଅଧିକାର ସାବ୍ୟସ୍ତ କରିବା ଓ ଅନ୍ୟାନ୍ୟ ଦାବି ସମାଧାନ ପାଇଁ ଦେଶବ୍ୟାପୀ ଦିଆ ଯାଇଥିବା ବନ୍ଦ ଡାକରାର ଗଜପତି ଜିଲ୍ଲାରେ ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ କୋଣସି ପ୍ରଭାବ ପଡି ନ ଥିବା ଦେଖାଯାଇଛି ।
ଜିଲ୍ଲା ସଦର-ମହକୁମା ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକଅଞ୍ଚଳରେ ଦୋକାନ ବଜାର ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ସ୍ୱାଭାବିକ ଭାବେ ରହିଥିଲା । ଗାଡି-ମୋଟର ଚାଲିଥିବା ବେଳେ ସାମୁଦ୍ରିକ ଝଡବାତ୍ୟା ଗୁଲାବର ପ୍ରଭାବରେ ଲଗାଣ ବର୍ଷା ଓ ଭାରତ ବନ୍ଦ ଡ଼ାକରା ଯୋଗୁଁ ବସ ଚଳାଚଳ ବନ୍ଦ ରହିଥିଲା ।
ବର୍ଷାକୁ ଦୃଷ୍ଟିରେ ରଖି କୋଣସି ଠାରେ ହେଲେ ମଧ୍ୟ ସମର୍ଥନ କାରୀ ମାନଙ୍କ ପକ୍ଷରୁ ପିକେଟିଂ କି ବିକ୍ଷୋଭ ଶୋଭାଯାତ୍ରା କରା ଯାଇନାହିଁ । କେବଳ ନୂଆ ବସସ୍ଥାଣ୍ଡ ପରିସରରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଥିବା ବିଭିନ୍ନ ଦଳ ଯଥା: ସଂଯୁକ୍ତ କିଷାନ ମୋର୍ଚ୍ଚା , ଗଜପତି ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ , ଜିଲ୍ଲା କୃଷକ ସଭା , ବିକେଏମୟୁ : ଏଆଇଟିୟୁସି: , ଏଆଇକେଏମଏସ, ଜିଲ୍ଲା ରଇତ କୁଲି ସଙ୍ଘ , ଗ୍ରାହକ ସୁରକ୍ଷା ସମିତି ଓ ମନରେଗା ଜିଲ୍ଲା ସଙ୍ଘ ପ୍ରଭୃତିର ନେତା ଓ କର୍ମୀ ମାନେ ନିଜ ନିଜର ଦଳୀୟ ଝଣ୍ଡା ଓ ପତାକା ସହ ବ୍ୟାନର ଧରି ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସେମାନଙ୍କ ଉପସ୍ଥିତିରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ବିକ୍ଷୋଭ ସଭାରେ ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଶ୍ରୀ ଦଣ୍ଡପାଣି ରଇତ , କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀ କେ: ମିନାରାଓ ଓ ସମ୍ପାଦକ ଶ୍ରୀ ଏମ: ବାଙ୍ଗାରୀ , ବିକେଏମୟୁ(ଏଆଇଟିୟୁସି)ର ରାଜ୍ୟ ସଭାପତି ଶ୍ରୀ ଜନା ସୁବାସ ଚନ୍ଦ୍ର ରାଓ ଓ ଏମ: ଜଗନ୍ନାଥ ରାଓ , ଏଆଇକେଏମଏସ:ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର ଓ କାଦୁକା ଶବର , ଜିଲ୍ଲା ମୋଟର କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ନରସିଂହ ମାଳବିଶୋଇ , ଜିଲ୍ଲା ରଇତ କୁଲି ସଙ୍ଘର ସମ୍ପାଦକ ଶ୍ରୀ ଲୋକନାଥଙ୍କ ସମେତ ଜିଲ୍ଲା ଗ୍ରାହକ ସୁରକ୍ଷା ସମିତି ଓ ଜିଲ୍ଲା ମନରେଗା ସଙ୍ଘ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ସେ ସବୁର ପ୍ରତ୍ୟାହାର ଓ ସମାଧାନ କରିବା ଉପରେ କହିଥିଲେ ।
ମୁଖ୍ୟତଃ ତିନି କଳା କୃଷି ଆଇନ ଓ ବିଦ୍ୟୁତ ବିଲର ପ୍ରତ୍ୟାହାର , ସବୁ ଫସଲର ଏମଏସପି ପାଇଁ ଆଇନ ପ୍ରଣୟନ କରିବା , ଶ୍ରମିକ ବିରୋଧୀ ୪ ଶ୍ରମ କୋଡ଼ର ପ୍ରତ୍ୟାହାର କରିବା ଏବଂ ପେଟ୍ରୋ , ଡିଜେଲ ଓ ରନ୍ଧନ ଗ୍ୟାସର ଦର ହ୍ରାସ କରିବା ପ୍ରଭୃତି ଦାବୀ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930