Indus Valley Times

ଲଘୁଚାପ ଜନିତ ଲଗାଣ ବର୍ଷାରେ ବୌଦ୍ଧଜିଲ୍ଲାରେ ୧୪୬୩୯୧ ଲୋକ ପ୍ରଭାବିତ

 Breaking News

ଲଘୁଚାପ ଜନିତ ଲଗାଣ ବର୍ଷାରେ ବୌଦ୍ଧଜିଲ୍ଲାରେ ୧୪୬୩୯୧ ଲୋକ ପ୍ରଭାବିତ

September 16
21:01 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୯: ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବୌଦ୍ଧଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଲୋକମାନେ ଘରୁ ପଦାକୁ ବାହାରି କଷ୍ଟକର ହୋଇପଡିଥିଲା । ରାସ୍ତାଘାଟ ସବୁଆଡେ ଜଳମଗ୍ନ ହୋଇପଡିଥିଲା । ବର୍ଷାର ମାତ୍ର ଏତେ ଅଧିକ ଥିଲା ଯେ ରାଜ୍ୟରେ ସବୁଠାରୁ ବୌଦ୍ଧଜିଲ୍ଲାରେ ସର୍ବାଧିକ ୬୮୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା ।
ଏହି ବର୍ଷାରେ ଜିଲ୍ଲାର ୧୪୬୩୧୯ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ୬୯ ପଂଚାୟତ ମଧ୍ୟରୁ ୫୩ ପଂଚାୟତ ପ୍ରଭାବିତ ହୋଇଛି । ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ୫୩ ଗ୍ରାମ ପଂଚାୟତ ମଧ୍ୟରୁ ୪୬୮ ଟି ଗ୍ରାମର ୧୪୬୩୧୯ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଲଗାଣ ବର୍ଷାରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବା କୁହାଯାଉଥିବା ବେଳେ ସରକାରୀ ଭାବରେ ୩୬୮ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।
ସରକାରୀ ଭାବରେ ବର୍ଷାରେ କୌଣସି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ନ ଥିବା ବେଳେ ୬୫୧ଟି ଘର ଆଂଶିକ ଭାବରେ ନଷ୍ଟ ହୋଇଥିବା କୁହାଯାଇଛି । ଜନସାଧାରଣ ଓ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ୬ଟି ଲେଖାଁଏ ସ୍ୱାସ୍ଥ୍ୟ ଓ ପ୍ରାଣୀଧନ ବିଭାଗର ଟିମ କରାଯାଇଛି ।
ଜିଲ୍ଲାରେ ପ୍ରବଳ ବର୍ଷା ହେବା ଯୋଗୁଁ ବର୍ଷା ପାଣିରେ ନାଳ ଓ ଜୁର ଗୁଡିକ ଫୁଲି ଉଠିଥିଲା । ଯାହାଫଳରେ ବର୍ଷା ପାଣି ଯାଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେବା ସହିତ ୪୫୨ ସ୍ଥାନରେ ରାସ୍ତା ଭାଙ୍ଗି ଯାଇଛି । ସେହିପରି ୧୯ଟି ସ୍ଥାନରେ ରାସ୍ତାଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଲୋକକଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟାଏ ଲେଖାଁଏ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା । ଏହି ଯେଉଁ ଠାରେ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହେବା ଖବର ପାଇ ତୁରନ୍ତ ସେଠାରେ ପହଂଚି ରାସ୍ତା ସଫା କରୁଥିଲେ ।
ବୌଦ୍ଧ: ୧୧ ବର୍ଷର ନାବାଳିକାକୁ ଧର୍ଷଣ ଉଦ୍ୟମ କରି ୫୫ବର୍ଷ ବୃଦ୍ଧ ଗିରଫ
ବୌଦ୍ଧ,୧୬/୯: ବୌଦ୍ଧଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୧ବର୍ଷର ନାବାଳିକାକୁ ଧର୍ଷଣ ଉଦ୍ୟମ କରିଥିବା ଜଣେ ୫୫ ବର୍ଷର ବୃଦ୍ଧକୁ ବୌଦ୍ଧ ପୋଲିସ ଗିରଫ କରିଛି । ବୌଦ୍ଧ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୧ବର୍ଷର ନାବାଳିକା ଝାଡା ଯାଇ ଫେରୁଥିବାବେଳେ ସେହି ଗ୍ରାମର ଶେଷ ଦେହୁରୀ(୫୫) ନିଜ ଦୋକାନ ଘର ସମ୍ମୁଖରୁ ନାବାଳିକାର ହାତ ଧରି ଘର ଭିତରକୁ ଟାଣି ନେଇ ଉଲଗ୍ନ କରିଦେଇଥିଲେ ଓ ଧର୍ଷଣ ଉଦ୍ୟମ କରିଥିଲେ ।
ନାବାଳିକା ଜଣକ କୌଣସି ମତେ ଖସି ଦୌଡି ଦୌଡି ଘରକୁ ଚାଲିଯିବା ସହିତ ଘଟଣା ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ । କିନ୍ତୁ ଅଭିଯୁକ୍ତ ଏ ସଂପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ପରିବାରଲୋକ ଅଭିଯୋଗ କରିଛନ୍ତି ।
ଏ ସଂପର୍କରେ ପରିବାରଲୋକଙ୍କ ନିକଟରୁ ଅଭିଯୋଗ ପାଇବା ପରେ ବୌଦ୍ଧ ପୋଲିସ ଥାନା କେସ ନମ୍ବର ୨୨୭/୨୧ ରେ ମାମଲା ରୁଜୁ କରିବା ସହିତ ତୁରନ୍ତ ଅଭିଯୁକ୍ତକୁ ଥାନାକୁ ଆଣି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା । ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031