Indus Valley Times

ଲଲାଟମୋହନ ପଟ୍ଟନାୟକଙ୍କୁ ମିଳିବ ଧର୍ମପଦ ପୁରସ୍କାର

 Breaking News

ଲଲାଟମୋହନ ପଟ୍ଟନାୟକଙ୍କୁ ମିଳିବ ଧର୍ମପଦ ପୁରସ୍କାର

ଲଲାଟମୋହନ ପଟ୍ଟନାୟକଙ୍କୁ ମିଳିବ ଧର୍ମପଦ ପୁରସ୍କାର
May 27
20:33 2022

ଭୁବନେଶ୍ୱର, ୨୭/୫: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାରର ଘୋଷଣା କରାଯାଇଛି । ଧର୍ମପଦ ପୁରସ୍କାର ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି ।
ସେହିପରି ଶିଳ୍ପୀ ସମ୍ୱର୍ଦ୍ଧନା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗା ଚରଣ ପଣ୍ଡା ଏବଂ ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଚିତ୍ରକଳା ଓ ସ୍ଥାପତ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସମ୍ମାନ । ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ୱର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।
ତେବେ ଧର୍ମପଦ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ଓ ଶିଳ୍ପୀ ସମ୍ୱର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031