Indus Valley Times

ଲାଇନମେନମାନଙ୍କ ସମର୍ପଣ ଓ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ : ମହାସମାରୋହରେ ଟିପିଏନଓଡିଏଲ ପାଳିଲା ଲାଇନମେନ ଦିବସ

 Breaking News

ଲାଇନମେନମାନଙ୍କ ସମର୍ପଣ ଓ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ : ମହାସମାରୋହରେ ଟିପିଏନଓଡିଏଲ ପାଳିଲା ଲାଇନମେନ ଦିବସ

ଲାଇନମେନମାନଙ୍କ ସମର୍ପଣ ଓ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ : ମହାସମାରୋହରେ ଟିପିଏନଓଡିଏଲ ପାଳିଲା ଲାଇନମେନ ଦିବସ
March 04
19:39 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୪/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ପକ୍ଷରୁ ଲାଇନମେନ ଦିବସ ମହାସମାରୋହରେ ପାଳିତ ହୋଇଛି।
ଟିପିଏନଓଡିଏଲ ସିଇଓ ଦ୍ଵିଜଦାସ ବସାକଙ୍କ ପୌରୋହିତ୍ୟରେ ଲାଇନମେନ ଦିବସ ବାଲେଶ୍ବର ଠାରେ ପାଳିତ ହୋଇଥିବାବେଳେ ଜଳେଶ୍ଵରରେ କମର୍ସିଆଲ ମୁଖ୍ୟ ଜୟଦୀପ ରୟ, ଯୋଡ଼ାରେ ଅପରେସନ ମୁଖ୍ୟ ନୀଲେଶ ପୋଟଫଡେ, ସୋରରେ ଇଞ୍ଜିନିୟର ଇନ ଚିଫ୍ ଶରତ ଚନ୍ଦ୍ର ମାହାଳିକ, ଭଦ୍ରକରେ ପ୍ରକଳ୍ପ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି, ଚିଫ୍ ଇଞ୍ଜିନିୟର ରାଜୀବ ନାୟକ ପ୍ରମୁଖ ଭିନ୍ନ ଭିନ୍ନ ସ୍ଥାନରେ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଲାଇନମେନ ଦିବସର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରି ସିଇଓ ଶ୍ରୀ ବସାକ ଦର୍ଶାଇଥିଲେ ଯେ, ବିଦ୍ୟୁତ ବିତରଣ ସେବା ବିତରଣରେ ଲାଇନମେନମାନେ ହେଲେ ପ୍ରମୁଖ ଅଙ୍ଗ। ଉପଭୋକ୍ତାମାନଙ୍କୁ ନିରବଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ଲାଇନମେନମାନେ ତୃଣମୂଳ ସ୍ତରରେ ଗୁରୁଦାୟିତ୍ଵ ବହନ କରନ୍ତି।
ସେବା, ସ୍ଵାଭିମାନ ଓ ସୁରକ୍ଷା ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମ ତଥା ଟିପିଏନଓଡ଼ିଏଲର ମୂଳ ଲକ୍ଷ। ଲାଇନମେନଙ୍କ ସାହସ ଓ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ ଜଣାଇବା ପାଇଁ ନିରାପତ୍ତା ସପ୍ତାହର ପ୍ରଥମ ଦିନକୁ ଲାଇନମେନ ଦିବସ ଭାବେ ପାଳନ କରାଯାଉଥିବା ସେ କହିଥିଲେ। ବୈଦୁତିକ ଲାଇନରେ କାମ କରିବା ପୂର୍ବରୁ ନିର୍ଦ୍ଧାରିତ ସମସ୍ତ ସୁରକ୍ଷା ପ୍ରବଧାନକୁ ନିଶ୍ଚିତ ରୂପେ ମାନିବା ସହ ନିଜ ଜୀବନର ସୁରକ୍ଷା ପାଇଁ ସବୁବେଳେ ବିଦ୍ୟୁତ ଯାଞ୍ଚ କରିବାକୁ ସେ ଲାଇନମେନମାନଙ୍କୁ ପରାମର୍ଶ ଦେଇଥିଲେ।
ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ୫୪ତମ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଟିପିଏନଓଡ଼ିଏଲ ପକ୍ଷରୁ କର୍ମଚାରୀମାନଙ୍କୁ ସମସ୍ତ ସୁରକ୍ଷା ପ୍ରାବଧାନ ଅନୁସରଣ କରିବାକୁ ପରାମର୍ଶ ଦିଆଯିବା ସହ କୌଣସି ପରିସ୍ଥିତିରେ ମଧ୍ୟ ସୁରକ୍ଷା ମାର୍ଗଦର୍ଶିକାକୁ ଅବମାନନା ନ କରିବା ପାଇଁ ନିର୍ଦେଶ ଦିଆଯାଇଛି।
ଲାଇନମେନ ଦିବସ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଟିପିଏନଓଡ଼ିଏଲର ସମସ୍ତ ଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବାବେଳେ ଏଥିରେ ୧୦ ହଜାରରୁ ଅଧିକ ୧୧କେଭି ଓ ୩୩କେଭି ଲାଇନମେନ ଓ ବିଏ ଲାଇନମେନ ଉପସ୍ଥିତ ଥିଲେ।
ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଲାଇନମେନ ଦିବସ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା, ପୋଷ୍ଟର ରାଲି ଅନୁଷ୍ଠିତ ହୋଇଥିଲା।
ବାଲେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଟିପିଏନଓଡ଼ିଏଲ ସିଏଫଓ ଶିଲାଦିତ୍ୟ ସେନଗୁପ୍ତା, ମାନବସମ୍ବଳ ବିଭାଗ ମୁଖ୍ୟ ରମେନ୍ଦ୍ର ବଣିକ, ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରା, ଦେବାଶିଷ ପୁହାଣ, ସୁରକ୍ଷା ବିଭାଗ ମୁଖ୍ୟ ତପନ କୁମାର ପାତ୍ର, ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଥାଉକି ନିଜର କର୍ମଚାରୀମାନଙ୍କୁ ବୈଦୁତିକ କାର୍ଯ୍ୟ କରିବା ପାଇଁ ଜାକେଟ, ହେଲମେଟ, ଜୋତା, ଗ୍ଲୋବ୍ସ, ନିଅନ ଟେଷ୍ଟର, ସେଫଟି ବେଲ୍ଟ, ସିଢି ଆଦି ସମସ୍ତ ସୁରକ୍ଷା ଉପକରଣ ଟିପିଏନଓଡିଏଲ ପକ୍ଷରୁ ଯୋଗାଇ ଦିଆଯାଇଥାଏ।
ବୈଦୁତିକ କାର୍ଯ୍ୟ କରିବା ସମୟରେ ଯାହାର ବ୍ୟବହାର ବାଧ୍ୟତାମୂଳକ ଏବଂ ସମସ୍ତ କର୍ମଚାରୀମାନଙ୍କ ସୁରକ୍ଷାକୁ ଟିପିଏନଓଡିଏଲ ଗୁରୁତ୍ଵର ସହ ଗ୍ରହଣ କରିଥାଏ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031