Indus Valley Times

ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?

 Breaking News

ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?

ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍ କଣ ୨୦୦ ଟଙ୍କା ?
December 08
10:41 2022

ଭଦ୍ରକ,୮/୧୨: ‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍ ଅଛି। ରେଟ୍ ଛିଣ୍ଡାଅ, କାମ କରିବି।’ ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ।
ନିଲମ୍ବିତ ହୋଇଥିବା ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଦଳାଙ୍ଗ ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ତାପସ ଜେନା। ଆରଆଇ ତାପସ ଜେନା ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଏପରି ଦୃଢ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
ଦଳାଙ୍ଗ ରାଜସ୍ୱ ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅଙ୍କର ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ତହସିଲ ଅଫିସ ଓ ଆରଆଇ ଅଫିସ ଦୌଡ଼ୁଥିଲେ ବି ତାଙ୍କୁ ବାରମ୍ବାର ଫେରିବାକୁ ପଡ଼ୁଥିଲା।
ଆରଆଇ ତାପସ ଜେନା ତାଙ୍କୁ ଏଥିପାଇଁ ୫ଶହ ଟଙ୍କା ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ମାତ୍ର ୨ଶହ ଟଙ୍କା ଦେବେ ବୋଲି କହିବାରୁ ତାଙ୍କ ଉପରେ ଗର୍ଜିଥିଲେ ଆରଆଇ ।
ଏପରିକି, ଗୋଟିଏ ଅଫିସରକୁ ଆପଣ ୨ଶହ ଦେଇ କାମ କରାଇବାକୁ କିପରି ଭାବି ପାରୁଛନ୍ତି ବୋଲି କହିଥିଲେ। ଏପରିକି ବ୍ୟକ୍ତିଜଣକ ଟଙ୍କା ନ ଥିବା କହି ବହୁ ନେହୁରା ହୋଇଥିଲେ ବି ଏହାକୁ କର୍ଣ୍ଣପାତ କରି ନ ଥିଲେ ଆରଆଇ। ଶେଷରେ ସଂପୃକ୍ତ ବ୍ୟକ୍ତି ୫ଶହ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ହାସଲ କରିଥିଲେ।
ଏହି ଘଟଣାର ଭିଡିଓ ଭାଇରାଇ ହେବା ପରେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଭଦ୍ରକ ସିଦ୍ଧେଶ୍ୱର ଵଳିରାମ ଵନ୍ଦୋର । ଏହି ଘଟଣାର ଯାଞ୍ଚ ପରେ ଆରଆଇ ତାପସ ଜେନାକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031