Indus Valley Times

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ

 Breaking News

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ

June 01
16:03 2023

କେନ୍ଦୁଝର,୧/୬ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା। ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ପଚରାଉଚରା କରୁଛି।
ସାଙ୍ଗରିତଳି ଗାଁର ବନମାଳି ପ୍ରଧାନ ନିଜ ଜମି ପଟ୍ଟା କରିବା ପାଇଁ କିଛି ଦିନ ହେବ ଦେବାଶିଷଙ୍କ ପାଖକୁ ଆସିଥିଲେ। ଶୀଘ୍ର ଜମି ପଟ୍ଟା କରି ଦେବାକୁ ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ବନମାଳି କହିଥିଲେ।
ଏଥିପାଇଁ ଦେବାଶିଷ ବନମାଳିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବନମାଳି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଗତକାଲି ଭିଜିଲାନ୍ସ ଅଧିକାରୀ ତହସିଲ ଅଫିସରେ ଜଗି ରହିଥିଲେ। ଗତକାଲି ଦେବାଶିଷ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଦେବାଶିଷଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆଜି ସକାଳେ ଦେବାଶିଷଙ୍କ ଘର, ପୈତୃକ ଘର, ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031