Indus Valley Times

ଲାଞ୍ଚ ନେଉ ନେଉ ଭିଜିଲାନ୍ସ ଜାଲରେ ଧରା ପଡ଼ିଗଲେ କମିଶନରେଟ୍ ପୁଲିସ୍ ଏଏସ୍ଆଇ

 Breaking News

ଲାଞ୍ଚ ନେଉ ନେଉ ଭିଜିଲାନ୍ସ ଜାଲରେ ଧରା ପଡ଼ିଗଲେ କମିଶନରେଟ୍ ପୁଲିସ୍ ଏଏସ୍ଆଇ

February 05
16:25 2022

ଭୁବନେଶ୍ୱର,୫/୨: ଭିଜିଲାନ୍ସ ଜାଲରେ ପଡ଼ିଗଲେ ପୁଲିସ୍ ବାବୁ । ଲାଞ୍ଚ ନେଉ ନେଉ ଧରା ପଡ଼ିଗଲେ କମିଶନରେଟ୍ ପୁଲିସ୍ ଏଏସ୍ଆଇ । ବାବୁଜଣକ ହେଉଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।
ସୂଚନା ଅନୁଯାୟୀ, ଜଣେ ଖାଦ୍ୟ ବ୍ୟବସାୟୀଙ୍କୁ ମିଛ କେଶରେ ଫସାଇବାର ଧମକ ଦେଇ ସେ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା।
ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗତକାଲି ର଼େଡ୍ ହ୍ୟାଣ୍ଡ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା । ଅଭିଯୁକ୍ତ ରବି ସାହୁଙ୍କ ନାଁରେ ଏକ କେସ୍ ରୁଜୁ ହେବା ସହ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031