Legatus

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

 Breaking News

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ
April 30
19:38 2024

ଭୁବନେଶ୍ବର, ୩୦/୪: ଜମିପଟ୍ଟା ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଧୀନ ବେଲଗାଁ ସହାୟକ ରାଜସ୍ବ ନୀରିକ୍ଷକ ରେସମା ମାଝୀ। ଶ୍ରୀମତୀ ମାଝୀ ଜଣେ ପ୍ରାଇଭେଟ୍ ବ୍ୟକ୍ତି, ଯାହାଙ୍କର ନାମ ବାବୁଲାଲ ନନ୍ଦଙ୍କ ମାଧ୍ୟମରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ ଅଭିଯୋଗକାରୀଙ୍କ ଜମିପଟ୍ଟା ମଂଜୁର କରାଇଦେବାକୁ ଶ୍ରୀ ନନ୍ଦଙ୍କ ମାଧ୍ୟମରେ ଶ୍ରୀମତୀ ମାଝୀ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଶ୍ରୀମତୀ ମାଝୀ ଆଜି ଟଙ୍କା ଲାଞ୍ଚ ନେବାର ଅଳ୍ପ ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୦,୦୦୦ ଟଙ୍କା ମିଳିଥିଲା।
ଏହି ଟଙ୍କା ଜବତ ପରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଛି। ଶ୍ରୀମତୀ ମାଝୀଙ୍କ ଦୁଇଟି ଠିକଣାରେ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31