Indus Valley Times

ଲାଲ୍ ବ୍ୟାନର୍ ଓ ହାତଲେଖା ପୋଷ୍ଟର୍ ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ: ସକ୍ରିୟ ମାଓବାଦୀ ଗେଟେଡ଼ାକୁ ଉଠାଇନେଲା ପୁଲିସ

 Breaking News

ଲାଲ୍ ବ୍ୟାନର୍ ଓ ହାତଲେଖା ପୋଷ୍ଟର୍ ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ: ସକ୍ରିୟ ମାଓବାଦୀ ଗେଟେଡ଼ାକୁ ଉଠାଇନେଲା ପୁଲିସ

ଲାଲ୍ ବ୍ୟାନର୍ ଓ ହାତଲେଖା ପୋଷ୍ଟର୍ ଲଗାଇ ସ୍ଥିତି ଜାହିର କଲେ ମାଓବାଦୀ: ସକ୍ରିୟ ମାଓବାଦୀ ଗେଟେଡ଼ାକୁ ଉଠାଇନେଲା ପୁଲିସ
May 18
17:50 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୫ : କନ୍ଧମାଳ ପୁଲିସକୁ ମାଓଦମନ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଂଚାୟତର ଡିମିଲିରୁ ଗେଟେଡ଼ା ମାଝୀ ନାମକ ଜଣେ ସକ୍ରିୟ ମାଓବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଗିରଫ ପରେ ଗେଟେଡ଼ା ଠାରୁ ପୁଲିସ ମାଓବାଦୀଙ୍କ ଗତିବିଧିଥ ସମ୍ପର୍କିତ ବହୁ ତଥ୍ୟ ହାସଲ କରିଛି । ଗିରଫ ଗେଟେଡ଼ା ବାଘୁନା ଡିଭିଜିନାଲ୍ କମିଟିର ସଦସ୍ୟଙ୍କୁ ଜଙ୍ଗଲରେ ରାସ୍ତା ଦେଖାଇବା, ଖାଦ୍ୟ ଯୋଗାଣ ଓ ଠିକଣା ଜାଗାରେ ପହଞ୍ଚାଇବାରେ ସହାୟତା କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।
ବ୍ୟାପକ ସୁରକ୍ଷା ବଳୟରେ ଗିରଫ ଗେଟେଡ଼ାକୁ କୋଟଗଡ଼ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ୨୦୧୭ରେ ଦୁର୍ଗାପଙ୍ଗାରୁ ମାଓବାଦୀ ମାନେ ଘରୁ ଟେକି ନେଇ ବସନ୍ତ ଭଟ୍ଟ ନାମକ ଜଣେ ଗାଁ ସାଥୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।
୨୦୨୨ରେ ବଣ୍ଡାପିପିଲି ହାଟରେ ରମେଶ ନାୟକ ନାମକ ଜଣେ ଠିକାଦାରଙ୍କୁ ଦିନ ଦିପହରେ ମାଓବାଦୀ ଗୁଳି କରି ହତ୍ୟା କରିଥିଲେ ।
ଗତବର୍ଷ ବାଡ଼ିପାଙ୍ଗାରେ ମଧ୍ୟ ମେଟଲା ରଇତ ନାମକ ଜଣେ ଯୁବକଙ୍କୁ ଘରୁ ଟେକି ନେଇ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏ ନେଇ କୋଟଗଡ଼ ଥାନାରେ କେସ୍ ନମ୍ବର ୭୪ ।
୨୪ ରେ ଏକ ମାମଲା ରୁଜୁ ହୋଇଥିଲା । ଏ ସମସ୍ତ ଘଟଣାରେ ଗେଟେଡ଼ାର ସଂପୃକ୍ତି ଥିବା କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ପାଖରେ ଗୁଇନ୍ଦା ସୂଚନା ଥିଲା ।
ପୁଲିସ ଗେଟେଡ଼ାର ଅବସ୍ଥିତି ସୂଚନା ପାଇବା ପରେ ଡିଏସ୍‌ପି ବିପିନ ମେହେରଙ୍କ ନେତୃତ୍ବରେ ଡିଭିଏଫ୍‌ର ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।
ଏପଟେ କିଛି ଦିନର ନିରବତା ପରେ ପୁଣି କୋଟଗଡ଼ ଥାନା ନୂଆଗାଁ ନିକଟରେ ଲାଲ୍ ବ୍ୟାନର୍ ଓ ହାତଲେଖା ପୋଷ୍ଟର୍ ଲଗାଇ ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।
ବାଘୁନା ଡିଭିଜନାଲ୍ କମିଟି ଏହି ବ୍ୟାନର ଓ ପୋଷ୍ଟର୍ ଜାରି କରି ଜଣାଇଛି, ବାଘୁନା ଡିଭିଜନାଲ କମିଟିର କର୍ମୀ ଅଜୟକୁ ଗତ ଦୁଇ ସପ୍ତାହ ହେବ ପୁଲିସ ଗିରଫ କରି ଗୁପ୍ତସ୍ଥାନରେ ରଖି ନିର‌୍ୟାତନା ଦେଉଛି।
ମେ ୧ରେ ବ୍ରାହ୍ମଣୀଗାଁ ଥାନା ମାରୁଦିପଙ୍କା ଗାଁ ନିକଟରୁ ଅଜୟଙ୍କୁ ପୁଲିସ ଉଠାଇ ନେଇଥିବା ବ୍ୟାନର୍‌ରେ ସିପିଆଇ ମାଓବାଦୀ ସଂଗଠନ ସୂଚନା ଦେଇଛି। ଅଜୟକୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ଲାଲ୍‌ବାହିନୀ ଦାବି କରିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031