Indus Valley Times

ଲୋକସେବା ଭବନରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ : ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

 Breaking News

ଲୋକସେବା ଭବନରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ : ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଲୋକସେବା ଭବନରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ : ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
July 11
17:02 2021

ଭୁବନେଶ୍ୱର, ୧୧/୭ : ରାଜ୍ୟରେ ୟୁଜି,ପିଜି ଏବଂ ବିଭିନ୍ନନ ଅଡମିସନ ପ୍ରକ୍ରୀୟା କିପରି ତ୍ୱରାନିତ ଭାବରେ କରାଯାଇ କରୋନା ପିଡିତ ଶିକ୍ଷା ବର୍ଷରେ କିପରି ଏହି ସବୁ କାର୍ଯ୍ୟ ବିନା ଦ୍ୱିଧାରେ କରାଯିବ ସେ ନେଇ ଲୋକସେବା ଭବନରେ ଜୁଲାଇ ୨୩ ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ। ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟର କୁଳପତି, କୂଳସଚିବ ଓ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଉଚ୍ଚ ଶିକ୍ଷା ଅନ୍ତ୍ରୀ ଅରୁଣ ସାହୁ ସହିତ ବୈଠକର ଅଧ୍ୟକ୍ଷତା କରିବେ।ବିଭାଗୀୟ ସଚୀବ ଓ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।
ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବାରୁ ପୁର୍ବରୁ ଦଶମ ଏବଂ ଦ୍ୱାଦଶ ପରିକ୍ଷା ବାତିଲ କରାଯାଇଥିବା ବେଳେ ୟୁଜି ଏବଂ ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ଶେଷ ସେମିଷ୍ଟାର ପରିକ୍ଷା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି। ତେବେ ଚଳିତ ବର୍ଷ ବିନା ପରିକ୍ଷାରେ ଦଶମ ପାସ କରିଥିବା ଏବଂ ଦ୍ୱାଦଶ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ମୁଲ୍ୟାଙ୍କନ ପରେ ସେମାନଙ୍କର ଅଡମିସନ ଆଦି ବିଷୟରେ ଆଲୋଚନା କରିବାକୁ ଏହି ବେଠକ ଡକାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031