Indus Valley Times

ଶହେ କୋଟି ଟିକାକରଣକୁ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କଲା କନ୍ଧମାଳ ଜିଲ୍ଲା ବିଜେପି

 Breaking News

ଶହେ କୋଟି ଟିକାକରଣକୁ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କଲା କନ୍ଧମାଳ ଜିଲ୍ଲା ବିଜେପି

October 24
20:00 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୪/୧୦: କନ୍ଧମାଳ ଜିଲ୍ଲା ବିଜେପି ଫୁଲବାଣୀ ଠାରେ ଟିକାକରଣ କରାଉଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲା । ଶହେ କୋଟି ଟିକାକରଣ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଇତିହାସ ସୃଷ୍ଟି କରିଛି । ନିଜ ଦେଶରେ କୋଭିଡ ଟିକା ପ୍ରସ୍ତୁତ କରିବା, ତାକୁ ନିଜ ଦେଶବାସୀଙ୍କୁ ଉପଲବ୍ଧ କରାଇବା ସହିତ ଅନ୍ୟ ଦେଶକୁ ମଧ୍ୟ ପ୍ରଦାନ କରି ବିଶ୍ୱବାସୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବା କିଛି କମ୍ କଥା ନୁହେଁ ।
ମାତ୍ର ୨୭୯ ଦିନରେ ଦେଶରେ ୧୦୦ କୋଟି ଡୋଜ ଟିକାକରଣ କରାଇଥିବାରୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟୁଛି । ଏପରି ସ୍ଥଳେ ଏହାକୁ ଏକ ଉତ୍ସବ ରୂପେ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି ।
ସେହି କ୍ରମରେ ଫୁଲବାଣୀ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଟୀକାଦାନ କେନ୍ଦ୍ରକୁ ଯାଇ ଟିକାଦାନ କରାଉଥିବା କର୍ମଚାରୀ ମାନଙ୍କୁ ମିଠା ଖୁଆଇ, ଉତ୍ତୋରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପ ସଭାପତି ରମେଶ ମହାନ୍ତି (ବନ ଭାଇ), ନମିତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ସ୍ମିତାରାଣୀ ମହାନ୍ତି, ନଗର ଉପ ସଭାପତି ସମୀର ଘଟାଲ, ଶ୍ରୀମତି ସରୋଜିନୀ ମହାନ୍ତି, ସନ୍ତୋଷ ପଣ୍ଡା, ସନ୍ତୋଷ ସ୍ୱାଇଁ, ପ୍ରଶାନ୍ତ ପଟ୍ଟନାୟକ, ଯଦୁନାଥ ସାହୁ, ବିକୁ ପ୍ରଧାନ, ଗଙ୍ଗାଧର ପାତ୍ର ପ୍ରମୁଖ ସହଯୋଗ କରିବା ସହିତ ସମ୍ବର୍ଦ୍ଧନା ଜଣାଇଥିଲେ ।
ବିଜୁ ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
କନ୍ଧମାଳ,୨୪/୧୦ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରତେକ ରାଜନୀତି ଦଳ ସେତିକି ତତ୍ପର ହେଉଛନ୍ତି। ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଟକରମାଲା ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି ।
ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବାରୁ କିଭଳି ନିଜର ସମର୍ଥିତ ପ୍ରାଥୀର ବିଜୟ ସୁନିଶ୍ଚିତ କରାଇବେ ସେନେଇ ଆଲୋଚନା ହୋଇଥିଲା । ୧୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀଙ୍କୁ କିପରି ଜିତେଇବା ସେଥିପାଇଁ ମଧ୍ୟ ଆଲୋଚନା ହୋଇଥିଲା।
ଏଥି ସହିତ ପ୍ରତି ୱାର୍ଡରେ ବିଜେଡ଼ି କମିଟି ଗଠନ କରିବା ସହ ପଞ୍ଚାୟତରେ ୧୫ ଜଣିଆ ଓ ପ୍ରତି ୱାର୍ଡରେ ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷକୁ ନେଇ ୫ ପାଞ୍ଚ ଜଣିଆ କମିଟି ଗଠନ କରି ତୃଣମୂଳ ସ୍ତରରେ ବିଜେଡ଼ି ପାଇଁ କାର‌୍ୟ୍ୟ କରିବେ ବୋଲି ନିଷ୍ପତି ହୋଇଥିଲା ।
ଏହି ଵୈଠକରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଏଥିରେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁଙ୍କ ସମେତ ପଞ୍ଚାୟତ ସଭାପତି ବୁଲୁ ସାହୁ , ଛାତ୍ର ସଭାପତି ରୂପକ କୁମାର ସାହୁ, ବ୍ଲକ ମହିଳା ସଭାନେତ୍ରୀ ରଞ୍ଜିତା ପ୍ରଧାନ, ୧୦ ନମ୍ବର ଜୋନ୍ ର ଆବାହକ ସୁଶାନ୍ତ ପ୍ରଧାନ, ବ୍ଲକ ଉପ ସଭାପତି ଗଙ୍ଗା ପ୍ରଧାନ, ସମିତି ସଭ୍ୟା ତ୍ରିବେଣୀ ପ୍ରଧାନ, ମନୋଜ ନାୟକ ପ୍ରମୁଖ ଙ୍କ ସହ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
କନ୍ଧମାଳ : ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ
କନ୍ଧମାଳ,୨୪/୧୦: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର ଉପସ୍ଥିତ ରହି ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ ।
ଏଥିରେ ନଗର ସଭାପତି ଭାବେ ଅନନ୍ତ ଅନୁରୂପ ବେହେରା, ନଗର ସମ୍ପାଦକ ଯୋଗେସ ପ୍ରଧାନ, ନଗର ସହ ସମ୍ପାଦିକା ସାନିଆ ନାୟକ,ସହ ସମ୍ପାଦିକା ପୁଷ୍ପାଞ୍ଜଳି ନାୟକ, ନଗର ଜନଜାତି କାର୍ଯ୍ୟ ପ୍ରମୁଖ ରିତିକ ଦିଗଲ, ସୋସିଆଲ ମିଡ଼ିଆ ପ୍ରମୁଖ ନିରଞ୍ଜନ ପ୍ରଧାନ, ଆରକେଏମ ପ୍ରମୁଖ ଶୁଭସ୍ମିତା ପ୍ରଧାନ, ସ୍ପୋର୍ଟସ ପ୍ରମୁଖ ଅମରାନନ୍ଦ ପ୍ରଧାନ, ଏସଏଫଏସ ପ୍ରମୁଖ ଅଭୟ ପ୍ରଧାନ ଛାତ୍ର ସନ୍ଦେଶ ପ୍ରମୁଖ ଅମିସା ନାୟକ, ଏସଏଫଡି ପ୍ରମୁଖ ବଳରାମ ପ୍ରଧାନ, ସିଡିଡି ପ୍ରମୁଖ ଆଦିତ୍ୟ ନାୟକ, ପରିଷଦ ପାଠଶାଳା ପ୍ରମୁଖ ମହେଶ ପ୍ରଧାନ ପ୍ରମୁଖ ଯୋଗଦେଇ ବୈଠକରେ ଛାତ୍ର ମାନଙ୍କ ସମସ୍ୟା ତାର ପ୍ରତିକାର କିପରି ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟ ତୁଲାଇବେ ସେନେଇ ସୂଚନା ପ୍ରଦାନ କରିଥିଲେ ।
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ଅଭାବ : ଡାକ୍ତରଖାନା ସାଜିଛି ଭୁତ କୋଠି , ଏଠାରେ କର୍ମଚାରୀ ବି ଭୁତ
କନ୍ଧମାଳ,୨୪/୧୦: ଦୁନିଆରେ ରୋଗ କମ ହେବାର ନାଁ ନେଉନାହିଁ, ଦିନକୁ ଦିନ ନୂଆନୂଆ ରୋଗ ଆସୁଛି ଏଣେ କନ୍ଧମାଳ ଜିଲ୍ଲା ଭଳି ପଛୁଆ ଅନୁନ୍ନତ ଜିଲ୍ଲା ରେ ଶିକ୍ଷା, ଓ ସଚେତନତା ଅଭାବ ରୁ ଲୋକେ ସ୍ୱାସ୍ଥ୍ୟ ପାଇଁ ଅନ୍ଧବିଶ୍ୱାସ କୁ ନିର୍ଭର କରନ୍ତି ଜ୍ଝ
ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ଲୋକେ ସହଜେ ଚିକିତ୍ସାଳୟକୁ ଯାଆନ୍ତି ନାହିଁ, ଜଙ୍ଗଲ ଭରା ଏହି ଜିଲ୍ଲାରେ ଜଙ୍ଗଲ ରୁ ବିଭିନ୍ନ ଚେର ମୂଳ, ଡାଳପତ୍ର ର ଔଷଧକୁ ଆଦରି ନେଇଛନ୍ତି ।
ତେଣୁ ଆୟୁର୍ବେଦ ଔଷଧ ଉପରେ ଲୋକ ମାନଙ୍କର ନିର୍ଭର ବେଶୀ ।ଏହିପରି ସ୍ଥଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର କଇଁଝର ପଞ୍ଚାୟତ ରେ ଗତ ୨୦୦୪ ମସିହା ରେ ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସ୍ଥାପନ କରାଗଲା, ଚିକିତ୍ସା ପାଇଁ ନୂତନ ବିଲଡିଙ୍ଗ ମଧ୍ୟ ହେଲା , ଔଷଧ ଆସିଲା କିନ୍ତୁ ନୂଆଁ ନୂଆଁ ରେ ଡାକ୍ତର ସପ୍ତାହରେ ଦୁଇ ଦିନ ବସୁଥିଲେ କିନ୍ତୁ ମଝିରେ ଛଅ ସାତ ବର୍ଷ ଦେଖା ଗଲେ ନାହିଁ ।
ସୂଚନା ଥାଉକି ଏହି ଚିକିତ୍ସାଳୟ ଉପରେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି ଜ୍ଝବର୍ତ୍ତମାନ ପ୍ରାୟ ମାସେ ହେବ ସପ୍ତାହ ରେ ଗୋଟିଏ ଦିନ ଅର୍ଥାତ ସୋମବାର ଗୋଟିଏ ଦିନ ହିଁ ଡାକ୍ତର ଆସିଥାନ୍ତି , କିନ୍ତୁ କେହି ଦେଖି ପାରନ୍ତି ନାହିଁ ।
ବିଡମ୍ବନାର ବିଷୟ ଏହା ଯେ, ଏହି ମହାମାରି ସମୟରେ ମଧ୍ୟ ଲୋକେ ସେବା ପାଇବାରେ ବଞ୍ଚିତ ହେଉଛନ୍ତି । ଦୁନିଆ ରେ ଅପମିଶ୍ରଣ ଜିନିଷ ବ୍ୟବହାର କରି ଦିନକୁ ଦିନ ଅସୁସ୍ଥ ଲୋକଙ୍କ ପାଇଁ ଆୟୁର୍ବେଦିକ ଚିକିତ୍ସା ଜରୁରୀ ହୋଇ ଯାଇଛି ।
ଏହାଛଡା ସରକାର ଆୟୁର୍ବେଦିକ ଚିକିତ୍ସା କୁ ଗୁରୁତ୍ୱ ଦେଉଥିବା ବେଳେ କଇଁଝର ଆୟୁର୍ବେଦିକ ଚିକିତ୍ସାଳୟଟି ଭୂତ କୋଠି ପାଲଟିଛି ।
ଲୋକ ମାନେ ଅଭିଯୋଗ କରିବାକୁ ଖୋଜୁଛନ୍ତି କିନ୍ତୁ ବିଭାଗରେ କେହି କର୍ମଚାରୀ ନ ଥାନ୍ତି ।
ତେଣୁ ଏହି ଆୟୁର୍ବେଦିକ ଚିକିତ୍ସାଳୟ କୁ ଜଣେ ସ୍ଥାୟୀ ଡାକ୍ତର ପଠାଇ ଏହି ଦୁର୍ଗମ ଅଞ୍ଚଳ ର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।
ବାଲିଗାଡା ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନେଟୱାର୍କ ବ୍ୟବସ୍ଥା ତୁରନ୍ତ ସମାଧାନ କରାନଗଲେ ଭୋଟ ବର୍ଜନ ପାଇଁ ନିଷ୍ପତି
କନ୍ଧମାଳ,୨୪/୧୦ : ଡିଜିଟାଲ ଓଡିଶା ଓ ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଉଥିବା ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ପଞ୍ଚାୟତ ବାସୀ ଙ୍କୁ ଅବହେଳା କରି କରି ଆସୁଛନ୍ତି ତାର ପ୍ରତିବାଦ କରି ଏକାଠି ହୋଇଛନ୍ତି ପଞ୍ଚାୟତ ର ଶିକ୍ଷିତ ଯୁବକ, ଯୁବତୀ ଓ ଅଭିଭାବକ। ନେଟୱାର୍କ ନାହିଁତ ଭୋଟ ନାହିଁ, ଏଭଳି ସ୍ଲୋଗାନ ଦେଇ ଏକାଠି ହୋଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ବାଲିଗାଡା ପଞ୍ଚାୟତ ବାସୀ।
ଆଜି କାଲି ପାଠ ପଢ଼ିବା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ,ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହୋଇ ପଡିଥିବା ବେଳେ ଗାଁ କୁ ନେଟୱାର୍କ ସଂଯୋଗ ହୋଇନଥିବାରୁ ସବୁ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ପିଲା ପାଠ ପଢ଼ିବା ପାଇଁ ୫ କି.ମି. ଚାଲି ପାହାଡ ଉପରେ ଚଢ଼ି ନେଟୱାର୍କ କୁ ଯାଇ ପାଠ ପଢୁଥିବା କହିଛନ୍ତି।
ଏହା ସହ ପଞ୍ଚାୟତ ର ଲୋକେ ଥାନା, କୋର୍ଟ କଚେରୀ ଯିବା ପାଇଁ ବାଲିଗାଡ଼ା ଠାରୁ ସିମନବାଡି ୮ କି.ମି. ରାସ୍ତା ନିର୍ମାଣ ଓ ପାନୀୟ ଜଳର ସମସ୍ୟା ସଂପର୍କ ରେ ମଧ୍ୟ ରାଲି କରି ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ବାରମ୍ୱାର ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟହୋଇ ସୁଜିତ ପ୍ରଧାନ, ପୂଜା ରାଣୀ ପ୍ରଧାନ, ରୀନା କହଁର, ବିଭୀଷଣ ପ୍ରଧାନ, ସରପଞ୍ଚ, ପ୍ରମୁଖ ଲୋକେ ଭୋଟ ବର୍ଜନ ସହ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଇଛନ୍ତି।
ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଞ୍ଚାୟତ ବାସୀଙ୍କ ସମସ୍ୟା ସୁଧାରି ବାକୁ ଦାବୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031