Legatus

ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ : ତୁରନ୍ତ ପ୍ରଦାନ କରିବାକୁ ମହିଳା ସଂଘର ଦାବୀ

 Breaking News

ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ : ତୁରନ୍ତ ପ୍ରଦାନ କରିବାକୁ ମହିଳା ସଂଘର ଦାବୀ

October 17
20:08 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ।
ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥି ପାଇଁ ସରକାରଙ୍କ ତରଫରୁ ଦର ଧାର‌୍ୟ୍ୟ କରାଯାଇଥାଏ। ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ଵାରା ଦର ଧାର୍ଯ୍ୟ କରି କିଣିଥାନ୍ତି । କିନ୍ତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସରକାରଙ୍କୁ ବିକ୍ରି କରିବା ପରେ ୪ ମାସ ବିତଯାଇଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ଯାହା ଫଳରେ ମହିଳା ଗୋଷ୍ଠୀ ଓ ଲୋକେ ହନ୍ତସନ୍ତ ହେଉଛନ୍ତି ।
ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ବାରା ଶାଳମଞ୍ଜି କିଣାଯାଇଥିଲା । କିନ୍ତୁ ଲୋକେ ଆଜି ପର୍ଯ୍ୟନ୍ତ ଶାଳମଞ୍ଜି ବିକ୍ରି କରିଥିବା ଟଙ୍କା ପାଇନାହାନ୍ତି। ଶାଳମଞ୍ଜି ବିକ୍ରି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ଟଙ୍କାରେ କିଣିବାକୁ ଦର କରିଥିଲେ।
ମହିଳା ଗୋଷ୍ଠୀ ଗୋଟାଳିଙ୍କ ଠାରୁ ମଞ୍ଜି କିଣିବେ । ପରେ ତାକୁ ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ରେ ବିକ୍ରି କରିବେ । ଗତ ମେ ଓ ଜୁନ ମାସ ସୁଦ୍ଧା ମହିଳା ଗୋଷ୍ଠୀ ଶାଳମଞ୍ଜି କିଣି କାର୍ଯ୍ୟାଳୟରେ ବିକ୍ରି କରିଥିଲେ । ଗତ ଜୁନ ମାସ ସୁଦ୍ଧା ୨୧ ହଜାର କୁଇଣ୍ଟାଲ ଶାଳ ମଞ୍ଜି କିଣାଯାଇଛି ।
୪ ମାସ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ପ୍ରାପ୍ୟ ମିଳି ନଥିବାରୁ ମହିଳା ଗୋଷ୍ଠୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଗୋଟାଳିଙ୍କ ଠାରୁ ମଞ୍ଜି କିଣିଛନ୍ତି ସେମାନଙ୍କୁ ଦେଇ ପାରୁନଥିବାରୁ ଅସୁବିଧା ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପଟେ ଶାଳ ମଞ୍ଜି ଗୋଟାଳି ପରିବାର ମଧ୍ୟ ସେମାନଙ୍କ ବିକ୍ରି ଟଙ୍କା ନପାଇ ହନ୍ତସନ୍ତ ହେଉଛନ୍ତି ।
ଏହାକୁ ନେଇ ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଶାଖା ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଆମେ ୨୧ ହଜାର କୁଇଣ୍ଟାଲ ଶାଳମଞ୍ଜି କିଣିଛୁ କିନ୍ତୁ ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ମଞ୍ଜିର ଅଳ୍ପ ପ୍ରାପ୍ୟ ଦିଆଯାଇଛି । ଆଉ ବଳକା ପ୍ରାପ୍ୟ ଆସିଲେ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ବାଲିଗୁଡ଼ା ,୧୭/୧୦: ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ନୃଶଂସ ମା । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ।
ଗତ ଶନିବାର ଦିନ ନିଜ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନା ରେ ଏତଲା ଦେଇଥିଲେ।
ଏହା ପରେ ପୁଲିସ ଖୋଜା ଖୋଜି ଚଳାଇ ଥିବା ବେଳେ ମଙ୍ଗଳବାର ଦିନ ଶିଶୁ ଟିର ଶବ ମାଟି ତଳୁ ମିଳିଛି। ଏ ଘଟଣା ରେ ଶିଶୁ ଟିର ମା କୁ ଥାନା ରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
ଘଟଣା ରୁ ପ୍ରକାଶ ଯେ ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ହେବ ବେଶ ହସ ଖୁସିରେ ନିଜ ସଂସାର ଚାଲି ଆସୁଥିବା ବେଳେ ପାରିବାରିକ କୌଣସି କାରଣ ରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଚାଲି ଆସିଥିଲା
ହେଲେ ଦୀର୍ଘ ୪ ବର୍ଷ ହେବ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିବା ଜଣାପଡିଛି। ଶନିବାର ଦିନ ନିଜ ଜନ୍ମ କଲା ମା ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷ ର ଝିଅ ସୁରେଖା ଦଣ୍ଡିଆ କୁ ନିଜ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲ ରେ ପୋତିଦେଇଥିବା ଜଣାପଡିଥିଲା । ଖବର ପାଇ ସାରଙ୍ଗଡ ପୋଲିସ ଏହାର ସନ୍ଧାନ କରିଥିଲେ ଆଉ ମାଟି ତଳୁ ୪ ବର୍ଷ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବିଷୟ ସାରଙ୍ଗଗଡ ଆଇଆଇସି ବଧୁଲତା ବିଶ୍ବାଳ ପ୍ରକାଶ କରିଛନ୍ତି ।
ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31