Indus Valley Times

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ : ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

 Breaking News

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ : ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

October 30
20:03 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୧୦ : ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ବିଜେଡି ବିଧାୟକ ତଥା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ମନ୍ତ୍ରୀ ପଦରୁ ବହିସ୍କାର ଏବଂ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକରି ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଅଛି।
ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନୟାଗଡ଼ ମୁଖ୍ୟ ଛକଠାରେ ପ୍ରତିବାଦ ସଭା କରିବା ସହିତ ଜିଲ୍ଲା ଏସପି ଅଫିସ ଘେରାଉ କରିଥିଲେ।
ଘେରାଉ ସମୟରେ ବିଜେପି କର୍ମୀ ମାନେ ଏସପି ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ସମୟରେ ବିଜେପି ନେତା ଏବଂ କର୍ମୀମାନଙ୍କୁ ପୋଲିସ ଗିରଫ କରିଥିଲା।
ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ନେତ୍ରୀ ନୟାଗଡ଼ ଯଦୁପୁର ନାବାଳିକା ଝିଅ ପରୀ ଅପହରଣ ଏବଂ ହତ୍ୟାକାଣ୍ଡ ଘଟଣା ଯେପରି ଦାବିଦେବା ପାଇଁ ଯେପରି ଚେଷ୍ଟା ଚାଲିଛି ସେମିତି ମମିତା କେସକୁ ଚାପିଦେବା ପାଇଁ ସେମିତି ଚେଷ୍ଟା ଚଳାଇଥିବା ପ୍ରକାଶ କରିଥିଲେ। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସିଲେ ଏସପି ମହୋଦୟ ନିଜ ଚେୟାର ବସିବେ ନା ଛିଡ଼ାହୋଇ ସାଲୁଡ କରିବେ ? ପଚାରିଥିଲେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ।
ଖଣ୍ଡପଡ଼ା ପୁର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂ ନିରପେକ୍ଷ ତଦନ୍ତ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ। ବିଜୁ ଜନତା ଦଳର ହାତ ବାରିସ ସାଜି ଜନସାଧାରଣଙ୍କ କଣ୍ଠରୋଧ କରିବାପାଇଁ ଚେଷ୍ଟା ନକରିବା ନିମନ୍ତେ ପ୍ରଶାସନ କୁ ଚେତାବନୀ ଦେଇଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ।
ମମିତା କୁ ନ୍ୟାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର ଏବଂ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବିରେ ଜିଲାର ବହୁ ବିଜେପି ନେତା ଏବଂ ଶତାଧିକ କର୍ମି ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031