Indus Valley Times

ଶିଳ୍ପାଞ୍ଚଳ ସୁରକ୍ଷା ସମୀକ୍ଷା କଲେ ଜିଲ୍ଲା ଏସ୍ପି

 Breaking News

ଶିଳ୍ପାଞ୍ଚଳ ସୁରକ୍ଷା ସମୀକ୍ଷା କଲେ ଜିଲ୍ଲା ଏସ୍ପି

ଶିଳ୍ପାଞ୍ଚଳ ସୁରକ୍ଷା ସମୀକ୍ଷା କଲେ ଜିଲ୍ଲା ଏସ୍ପି
September 24
11:49 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୪/୯ : ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ସୁରକ୍ଷା ସଂକ୍ରାନ୍ତୀୟ ଏକ ସମୀକ୍ଷା କରିଛନ୍ତି ଜିଲ୍ଲା ଏସ୍ପି ବିବେକାନନ୍ଦ ଶର୍ମା। ଆଜି ଜିଲା ପୋଲିସ ମୁଖ୍ୟାଳୟରେ ଏସ୍ପି ଶିଳ୍ପାଞ୍ଚଳ ସଂସ୍ଥା ଗୁଡିକର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶିଳ୍ପାନୁଷ୍ଠାନ ଭିତର ଓ ବାହାରେ ସିସିଟିଭି ଖଞ୍ଜିବେ। ଶିଳ୍ପାନୁଷ୍ଠାନରେ କାର‌୍ୟ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କୁ ତାଲିମ, କର୍ମଚାରୀ ମାନଙ୍କ ଡକ୍ୟୁମେଣ୍ଟେସନ, ପୋଲିସ ଭ୍ୟାରିଫିକେସନ, କୌଣସି ଅସୁବିଧା, ଦାଦାବଟି, ଲୁଟପାଟ ଭଳି ସମସ୍ୟା ସମ୍ମୁଖୀନ ହେଲେ ନିକଟସ୍ଥ ଥାନା ଅଥବା ୧୧୨ କୁ କଲ କରିବାକୁ ପରାମର୍ଶ ଦେଇଥିଲେ ।
ଶିଳ୍ପ ସଂସ୍ଥାର ପ୍ରତିନିଧି ମାନେ ବିଭିନ୍ନ ସମସ୍ୟା ଉପରେ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାଞ୍ଚଳ ଏବଂ ଶିଳ୍ପ ସଂସ୍ଥା ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ଏସ୍ପି।
ଆଜିର ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ଶ୍ରୀନିବାସ ମହାନ୍ତି, ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଉମେଶ ସାହୁ, ଏସଆଇ ବାସୁଦେବ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031