Indus Valley Times

ଶିଳ୍ପ ନୀତି ୨୦୨୨: ମେକ୍ ଇନ୍ ଓଡିଶା କନକ୍ଲେଭରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

 Breaking News

ଶିଳ୍ପ ନୀତି ୨୦୨୨: ମେକ୍ ଇନ୍ ଓଡିଶା କନକ୍ଲେଭରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଶିଳ୍ପ ନୀତି ୨୦୨୨: ମେକ୍ ଇନ୍ ଓଡିଶା କନକ୍ଲେଭରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
December 01
17:59 2022

ଭୁବନେଶ୍ବର,୧/୧୨ : ନିକଟ ଭବିଷ୍ୟତରେ ଓଡ଼ିଶା ଏକ ଟ୍ରିଲିୟନ (ଏକ ଲକ୍ଷ କୋଟି) ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଆମେ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ପାଇଁ ଏକ ଦ୍ବାରଦେଶ ହେବାକୁ ଯାଉଛୁ ।
ନିଜର ନିବେଶକ-ଅନୁକୂଳ ପଦକ୍ଷେପ ଓ ଉତ୍ତମ ପ୍ରଶାସନ ଯୋଗୁଁ ଓଡ଼ିଶା ସମୃଦ୍ଧି ଓ ପ୍ରଗତିରେ ପଥରେ ଆଗେଇ ଚାଲିଛି । ଏଣୁ ଶିଳ୍ପପତି ଓ ନିବେଶକମାନେ ଏହି ଯାତ୍ରାରେ ସାମିଲ ହୁଅନ୍ତୁ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଇୟଗ୍ଦ ଭଚ୍ଚ
ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀର ୨ୟ ଦିନରେ ଶିଳ୍ପପତି ଓ ନିବେଶକମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପୋଦ୍ୟୋଗୀଙ୍କ ସ୍ବପ୍ନ ସାକାର କରିବାକୁ ଓଡ଼ିଶା ସରକାର ଆଉ ଏକ ପାହୁଣ୍ଡ ଅଧିକ ଚାଲିବାକୁ ପ୍ରସ୍ତୁତ ଅଛନ୍ତି । କାରଣ ପୁଞ୍ଜନିବେଶ ସହ ଓଡ଼ିଶାର ପ୍ରଗତି ସଂଶ୍ଲିଷ୍ଟ ।
ଓଡ଼ିଶାର ଶିଳ୍ପନୀତି ନିବେଶକମାନଙ୍କୁ ଯେଉଁ ପ୍ରେତ୍ସାହନ ଓ ସହାୟତା ଦେଉଛି ତାହା ସମଗ୍ର ଦେଶରେ ସର୍ବୋତ୍ତମ । ଆମେ ପର‌୍ୟ୍ୟଟନ, ନବୀକରଣ ଶକ୍ତି, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କ୍ଷେତ୍ରରେ ନୂଆ ନୀତି ଘୋଷଣା କରୁଛୁ । ନିବେଶକଙ୍କ ଆବଶ୍ୟକତା ଅନୁସାରେ ଆମେ ସହାୟତା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।
ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭାହୋଇଛି । ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶା ଏକ ଅନ୍ତର୍ଜାତୀୟ ହବ୍ ହେବାକୁ ଯାଉଛି । କିନ୍ତୁ ଅନ୍ୟ କ୍ଷେତ୍ରଗୁଡ଼ିକରେ ବି ଓଡ଼ିଶାକୁ ବିକଶିତ କରିବାକୁ ଆମେ ଉଦ୍ୟମ କରୁଛୁ । ସଡ଼କ, ରେଳପଥ, ବନ୍ଦର ଆଜି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ଆମେ ବିପୁଳ ନିବେଶ କରୁଛୁ ଓ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଛୁ । ସେହିପରି ଗୁଣାତ୍ମକ ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ, କୃଷି ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବି ଆମେ ଗୁରୁତ୍ବ ଦେଉଛୁ । ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ନେଇ ଗଠିତ ମିସନ ଶକ୍ତି ଏକ ଅଭିନବ ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମ । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇପାରିଛି ବୋଲି ନବୀନ କହିଛନ୍ତି । ରାଜ୍ୟ ଦାରିଦ୍ର‌୍ୟକୁ ଅଧା କମାଇବାରେ ସଫଳ ହୋଇଥିବାବେଳେ କୃଷକଙ୍କ ଆୟକୁ ଦ୍ବିଗୁଣିତ କରିପାରିଛି ।
ଏଣୁ ନିବେଶକମାନେ ଓଡ଼ିଶାର ଏହି ଅନୁକୂଳ ବାତାବରଣର ସୁଯୋଗ ନେବାକୁ ସେ ଆମନ୍ତ୍ରଣ କରିଛନ୍ତି ।
ଏହି ଅବସରରେ ସେ ଏହି ସମ୍ମିଳନୀରେ ସହଯୋଗୀ ଥିବା ଜାପାନ, ଜର୍ମାନୀ ଓ ନରଓ୍ବେ ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031