Indus Valley Times

ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା

 Breaking News

ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା

December 05
20:40 2020

ଯାଜପୁର,୫/୧୨ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନ୍ଦାକିନୀ କର ଓ ଦିବ୍ୟା ଶାସ୍ୱତୀ ଯାଜପୁର ଜିଲାକୁ ଦିନିକିଆ ଗସ୍ତରେ ଆସି ଶିଶୁ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରଥମେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ସାକ୍ଷାତ କରିବା ସହ ଜିଲାରେ ଶିଶୁ ସୁରକ୍ଷା ବ୍ୟବସ୍ତା ଓ ପୋଲିସର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତରଖିବା, ବିପଦ ସଙ୍କୁଳ ସ୍ଥାନରେ ଥିବା ଶିଶୁ ମାନଙ୍କୁ ଉଦ୍ଧାର କରି ଉନ୍ନତମାନର ଥଇଥାନ କରିବା, ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ୍ରେ ପୋଲିସ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରତିଟି ଶିଶୁର ସୁରକ୍ଷା କ୍ଷେତ୍ରରେ ପୋଲିସ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେହିପରି ବିଭିନ୍ନ ପୋଲିସ ଷ୍ଟେସନ ମଧ୍ୟ ପରିଦର୍ଶନ କରି କରିଥିଲେ । ଉକôଳ ବାଳାଶ୍ରମ ସହ ଜିଲାର ବିଭିନ୍ନସ୍ଥାନରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ, କିଶୋର ନ୍ୟାୟ ପରିଷଦ, ଶିଶୁ ମଙ୍ଗଳ କମିଟି, ପରିଦର୍ଶନ କରିବା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ । ଉକôଳ ବାଳାଶ୍ରମ ପରିଦର୍ଶନ ସମୟରେ ପରିଷ୍କାର, ପରିଛନ୍ନତା, ସ୍ୱଛତା, ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ, ଖାଦ୍ୟର ମାନରେ ଉନ୍ନତି, ପିଲାମାନଙ୍କ ବୈାଦ୍ଧିକ ବିକାଶ, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ପ୍ରଦର୍ଶନ ଓ ଉନ୍ମେଷ ସହ ଉରଦାୟୀ ଭାବେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପିଲାମାନେ ଦେବ ଶିଶୁ ସେମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ଭବିଷ୍ୟତକୁ ସୁନ୍ଦର ଭାବେ ଗଢ଼ିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସଦସ୍ୟ ମନ୍ଦାକିନୀ କର କହିଥିଲେ । ଯଦି କୈାଣସି ସମସ୍ୟା କେଉଁଠାରେ ରହୁଛି ତାହା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଦୃଷ୍ଟିକୁ ଆଣିବାକୁ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସଦସ୍ୟ ଦିବ୍ୟା ଶାସ୍ୱତୀ ସରକାରୀ ବ୍ୟବସ୍ଥା ଓ ଆଇନ୍ର ଅନୁପାଳନ ସହ ଶିଶୁ ମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ମତ ଦେଇଥିଲେ । ଶିଶୁ ସୁରକ୍ଷା ହେଲପ ଲାଇନ୍ ୧୦୯୮ ଓ ୧୮୦୦୩୪୫୪୪୯୪ର ଉପଯୋଗ କରିବା ଏବଂ ଏହି ନମ୍ବର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଜିଲାରେ ଶିଶୁ ଅନୁକୂଳ ଥାନା ସ୍ଥାପନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ନିର୍ଯ୍ୟାତିତ ଶିଶୁ ମାନଙ୍କୁ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ, ନିର୍ଦ୍ଧାରୀତ ସମୟ ମଧ୍ୟରେ ତାହା ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ । ଉକ୍ତ ପରିଦର୍ଶନ ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ଆଇନ୍ ଅଧିକାରୀ ତପନ କୁମାର ପଣ୍ଡା ସହଯୋଗ କରିଥିଲେ ।  

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031