Indus Valley Times

ଶିଶୁ ବାଟିକାର ହେଲା ଶୁଭାରମ୍ଭ: ଖଡ଼ି ଛୁଆଁଇଲେ, ମଧ୍ୟାହ୍ନ ଭୋଜନ ପରଷିଲେ ମୁଖ୍ୟମନ୍ତ୍ରୀ

 Breaking News

ଶିଶୁ ବାଟିକାର ହେଲା ଶୁଭାରମ୍ଭ: ଖଡ଼ି ଛୁଆଁଇଲେ, ମଧ୍ୟାହ୍ନ ଭୋଜନ ପରଷିଲେ ମୁଖ୍ୟମନ୍ତ୍ରୀ

ଶିଶୁ ବାଟିକାର ହେଲା ଶୁଭାରମ୍ଭ: ଖଡ଼ି ଛୁଆଁଇଲେ, ମଧ୍ୟାହ୍ନ ଭୋଜନ ପରଷିଲେ ମୁଖ୍ୟମନ୍ତ୍ରୀ
April 02
12:25 2025

ଭୁବନେଶ୍ୱର,୨/୪: ଭୁବନେଶ୍ବରରେ ବୁଧବାର ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି।
ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି।
ନୂଆ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତିକୁ ସରକାରୀ ବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୁଧବାରଠାରୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ନୂଆକରି ଖୋଲିଥିବା ଶିଶୁ ବାଟିକାରେ ପଢ଼ିବାକୁ ଆସୁଥିବା ପିଲାମାନେ ପ୍ରବେଶ ଉତ୍ସବ କରିବା ସହିତ ଖଡିଛୁଇଁ ପାଠପଢ଼ା ଆରମ୍ଭ କରିବେ। ଏହି ଖଡିଛୁଆଁ କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ।
ନୂଆ କରି ନାମ ଲେଖୁଥିବା ପିଲାଙ୍କ ମଥାରେ ଫୁଲ ଓ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ପକାଇ ନୃତ୍ୟ, ବାଦ୍ୟ ଓ ଗୀତରେ ସ୍ବାଗତ କରାଯାଇଛି। ପ୍ରତିଦିନ ନୂଆ କରି ଆସୁଥିବା ଛାତ୍ରୀଛାତ୍ରଙ୍କୁ ଏଭଳି ଅଭିନବ ଭାବେ ସ୍ବାଗତ କରାଯାଇଛି।
ସିଲଟରେ ତିନୋଟି ଗୋଲ କରି ଶିକ୍ଷକମାନେ ପିଲାଙ୍କ ବିଦ୍ୟାରମ୍ଭ କରିଛନ୍ତି। ପିଲାମାନେ ଶକ୍ଷକଙ୍କୁ ମୁଣ୍ଡିଆମାରି ସାରିବା ପରେ ବିଦ୍ୟାଳୟର ସବୁ ସ୍ଥାନ ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି।
ଏହି କାର‌୍ୟ୍ୟକ୍ରମରେ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସମେତ ଅତିଥିମାନେ ଯୋଗଦେଇଛନ୍ତି। ସେମାନଙ୍କ ପାଇଁ ବିଦ୍ୟାଳୟଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ରବଳ ଖରା ହେଉଥିବାରୁ ସକାଳ ସାଢ଼େ ୬ଟାରୁ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଉଦ୍‌ଘାଟନ କରାଯିବ।
ପ୍ରଶିକ୍ଷଣ ନେଇଥିବା ଶିକ୍ଷକମାନେ ପିଲାଙ୍କୁ ଖଡିଛୁଆଁ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ସେହିପରି ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ପାଇଁ ନାମ ଲେଖାଉଥିବା ପିଲାଙ୍କୁ ବିଦ୍ୟାଳୟ ପକ୍ଷରୁ ସିଲଡ, ଖଡ଼ି, ଖେଳନା ସାମଗ୍ରୀ ସହିତ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031