Indus Valley Times

ଶିଶୁ ସୁରକ୍ଷା ଆଇନରେ ଜୁଭେନାଇଲ ପୋଲିସ ୟୁନିଟର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା

 Breaking News

ଶିଶୁ ସୁରକ୍ଷା ଆଇନରେ ଜୁଭେନାଇଲ ପୋଲିସ ୟୁନିଟର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା

January 28
19:41 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୮/୧ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପ୍ଲାନ ଇଣ୍ଡିଆ ତରଫରୁ କିଶୋର ନ୍ୟାୟ ଆଇନ ବାଲ୍ୟବିବାହ ନିଷେଧ ତଥା ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଆଇନରେ ସ୍ବତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟର ଭୂମିକା ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।
ଏହାକୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଓ ଅତିରିକ୍ତ ଏସ୍ପି ଯୁଗଳ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏହି କର୍ମଶାଳାର ଆଭିମୁଖ୍ୟ ଉପରେ ସ୍ବାଗତ ଭାଷଣ ଦେଇଥିଲେ ।
ପ୍ଲାନ ଇଣ୍ଡିଆର ପ୍ରୋଜେକ୍ଟ କୋଅର୍ଡିନେଟର ପ୍ରଦ୍ୟୁତ ରଞ୍ଜନ ରାଉତ ପ୍ଲାନ ଇଣ୍ଡିଆର ଜିଲ୍ଲାରେ ହେଉଥିବା କାମ ଗୁଡିକର ବିବରଣୀ ରଖିଥିଲେ। ଏହି ସଚେତନତା କର୍ମଶାଳାରେ ଜିଲ୍ଲାର ସମସ୍ତ ଥାନାରୁ କର୍ମଚାରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ମାନସୀ ପାଢ଼ୀ ପୂର୍ବତନ ଶିଶୁ ମଙ୍ଗଳ ସମିତିର ସଭ୍ୟା ଓ ଜିଲା ଆଇନ ସେବା ପ୍ରାଧିକରଣ ରୁ ନବୀନ ମହାପାତ୍ର ତାଲିମଦାତା ଭାବରେ ଯୋଗ ଦେଇ ଉପରୋକ୍ତ ବିଷୟରେ ଯୋଗ ଦେଇଥିବା ଅଧିକାରୀ ମାନଙ୍କୁ ସଚେତନ କରାଇବା ସ‌ହ ଭିକଟିମି କମ୍ପେନସସନ ଯୋଜନା କିପରି ଭାବରେ ପୀଡିତା ପାଖରେ ପହଂଚି ପାରିବ ତା ଉପରେ କାମ କରିବା ପାଇଁ ପୁଲିସ କର୍ମୀ ମାନଙ୍କୁ ସଚେତନ କରାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧକ୍ଷା ରଂଜିତା ପଣ୍ଡା ,ସଭ୍ୟା ମନୀଷା ପଣ୍ଡା, ସ୍ୱପ୍ନା ତ୍ରିପାଠୀ,ବ୍ରଜକିଶୋର ମହାପାତ୍ର,ଈହାତୁ ରୁ ଇନ୍ସପେକ୍ଟର ମମତା ପତି,ଖୋଦ୍ଧା ଜିଲ୍ଲା ସ୍ବତନ୍ତ୍ର ପୁଲିସ ୟୁନିଟର ଅଧକ୍ଷା ସ୍ମିତା ମଞ୍ଜରୀ ମଲ୍ଲିକ, ଇନ୍ସପେକ୍ଟର ତାରିକ ଅହମ୍ମଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ପ୍ଲାନ ଇଣ୍ଡିଆ ର ପ୍ରୋଜେକ୍ଟ କୋଅର୍ଡିନେଟର ପ୍ରଦ୍ୟୁତ ରଞ୍ଜନ ରାଉତ ଏହି କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପର‌୍ୟ୍ୟବେକ୍ଷଣ ଅଧିକାରୀ ସୌମେନ୍ଦ୍ର ନାୟକ,ପ୍ଲାନ ଇଣ୍ଡିଆରୁ ବନ୍ଦନା ପଣ୍ଡା, ନୀଳକଣ୍ଠ ଦାଶ ,ମଧୁମିତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ପ୍ଲାନ ଇଣ୍ଡିଆର ଅମିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031