Indus Valley Times

ଶୁକ୍ରବାରଠୁ ଖରା ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ-ବେସରକାରୀ ସ୍କୁଲ

 Breaking News

ଶୁକ୍ରବାରଠୁ ଖରା ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ-ବେସରକାରୀ ସ୍କୁଲ

ଶୁକ୍ରବାରଠୁ ଖରା ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ-ବେସରକାରୀ ସ୍କୁଲ
April 20
09:24 2023

ଭୁବନେଶ୍ବର,୨୦/୪: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ତେବେ ଏହା ପୂର୍ବରୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା। ଯାହା ପରେ ଶୁକ୍ରବାରଠୁ ଖୋଲିଥାନ୍ତା। ହେଲେ ବଢୁଥିବା ଖରାକୁ ନେଇ ସରକାର ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି । ତେବେ ସ୍କୁଲ କେବେ ଖୋଲିବ ସେନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ।
ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ସରକାର ଏପ୍ରିଲ ୧୨ ତାରିଖରୁ ୧୭ ତାରିଖ ପର‌୍ୟ୍ୟନ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ତେବେ ୧୭ ତାରିଖରୁ ସ୍କୁଲ ଖୋଲିବା ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031