Indus Valley Times

ଶେଷରେ ଆଖି ବୁଜିଲେ ପୋଡ଼ି ହୋଇଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର

 Breaking News

ଶେଷରେ ଆଖି ବୁଜିଲେ ପୋଡ଼ି ହୋଇଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର

July 13
12:26 2021

ପାରଳାଖେମୁଣ୍ଡି, ୧୩/୭ : ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଶେଷରେ ଆଖି ବୁଜିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଗତକାଲି ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ଥିଲେ। ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଏହାପରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୮୦ପ୍ରତିଶତ ପୋଡିଯାଇଥିଲା।
ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡିକାଲ ପଠାଯାଇଥିଲା। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ସୌମ୍ୟରଞ୍ଜନ ପ୍ରାୟ ୬ ମାସ ପୂର୍ବେ ବିବାହ କରିଥିବା ବେଳେ ଏବେ ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍।
ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ, ସ୍ଥାନୀୟ ତହସିଲଦାର, ପୁଲିସ୍, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍ କର୍ମଚାରୀ ଗତକାଲି ରାତିରେ ମେଡିକାଲରେ ପଞ୍ଚିଥିଲେ। ଏହାପରେ ସୌମ୍ୟରଞ୍ଜନଙ୍କ ବାସଭବନରେ ପୁଲିସ୍ ଗତ ରାତିରେ ପହଞ୍ଚି ତଦନ୍ତ କରିଥିବା ବେଳେ କିଛି ସୁରାଗ ପାଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031