Indus Valley Times

ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା, ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ କୋର୍ଟ

 Breaking News

ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା, ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ କୋର୍ଟ

December 14
15:56 2022

ଭୁବନେଶ୍ୱର,୧୪/୧୨: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ। ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଶ୍ରଦ୍ଧାଞ୍ଜଳି ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା। ଜାନୁଆରୀ ୧୭ ତାରିଖର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ଥିଲା।
ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇସାରିଛନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପୁଣି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି କି ତଦନ୍ତରେ ସହଯୋଗ କରିବାକୁ ଚାହୁଁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଥିଲା।
ଆଜିଠୁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ୬ ଦିନିଆ ରିମାଣ୍ଡରେ ନେବ ଇଡି। ସେହିପରି ତାଙ୍କ ସ୍ୱାମୀ ଜଗବନ୍ଧୁ ୯ ଦିନ ରିମାଣ୍ଡରେ ଯିବେ। ନାଗ-ଚାନ୍ଦ ଦମ୍ପତିଙ୍କ ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲିବାକୁ ପ୍ରଥମେ ଉଭୟଙ୍କୁ ପୃଥକ ଭାବେ ଜେରା କରିବ ଇଡି। ପରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯିବ।
ହନି ଟ୍ରାପ କିଭଳି କରୁଥଲେ? କିଭଳି ବଡ଼ବଡ଼ିଆଙ୍କୁ ଫସାଉଥିଲେ? କାହାଠାରୁ କେତେ ଟଙ୍କା ପାଇଛନ୍ତି? ଖଗେଶ୍ୱର ସହ ମିଶି କିଭଳି ବ୍ଲାକମେଲ କରୁଥିଲେ? ଏ ନେଇ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ପଚାରିବା ଲାଗି ଅନେକ ପ୍ରଶ୍ନ ରଖିଛି ଇଡି। ଏହି ସମୟରେ ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ମଧ୍ୟ ମୁହାଁମୁହିଁ ଜେରା କରିବାକୁ ଇଡିର ଯୋଜନା ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ପର‌୍ୟ୍ୟାୟ ଭଳି ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର‌୍ୟ୍ୟାୟ ଜେରା ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବେ। ଜଗବନ୍ଧୁଙ୍କୁ ଜେରା ବେଳେ ବି ତାଙ୍କ ଓକିଲ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ଅଲଗା ଅଲଗା ରୁମରେ ରଖାଯିବ ବୋଲି ଇଡି ସୂତ୍ରରୁ ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031