Indus Valley Times

ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା: ବିଶ୍ୱବାସୀଙ୍କୁ କରୋନାରୁ ରକ୍ଷା କରନ୍ତୁ

 Breaking News

ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା: ବିଶ୍ୱବାସୀଙ୍କୁ କରୋନାରୁ ରକ୍ଷା କରନ୍ତୁ

ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା: ବିଶ୍ୱବାସୀଙ୍କୁ କରୋନାରୁ ରକ୍ଷା କରନ୍ତୁ
February 20
20:38 2022

ପୁରୀ,୨୦/୨: କରୋନା ମହାମାରୀ କବଳରୂ ବିଶ୍ବକୁ ମୁକ୍ତି ଦେବା ଲାଗି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ଅବସରରେ ଉଦବୋଧନ ଦେଇ କହିଛନ୍ତି, ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ମାନବତାକୁ ଆସ୍ଥା ଆଧାରରେ ବାଣ୍ଟି ହେବନି। ସତ୍ୟ ଏକ, ଏହାକୁ ବାଣ୍ଟି ହେବ ନାହିଁ । ବ୍ୟକ୍ତିକୁ ସବୁ ବେଳେ ଈଶ୍ବରଙ୍କ ସ୍ମରଣ କରିବା ଉଚିତ। ସେ ତାଙ୍କ ଭାଷଣରେ ଚୈତନ୍ୟ ମହାପ୍ରଭୁଙ୍କ ମହାଭାବ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ଭକ୍ତ ମୀରାବାଈ, କବୀର ଓ ସୁରଦାସ, ସନ୍ଥ ତୁଳସୀ ଦାସ, ଶ୍ରୀରାମାନୁଜାଚାର‌୍ୟ୍ୟ, ଗୁରୁ ନାନକ, ଶଙ୍କର ଦେବ, ନରସୀ ମେହତା, ନାରାୟଣ ଭଟ୍ଟ, ସନ୍ଥ ତୁକାରାମ, ଏକନାଥ, ଜ୍ଞାନେଶ୍ବରଙ୍କୁ ଆଦିଙ୍କୁ ବି ସ୍ମରଣ କରିଛନ୍ତି ରାଷ୍ଟ୍ରପତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031