Indus Valley Times

ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କଲେ

 Breaking News

ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କଲେ

December 04
12:27 2024

ପୁରୀ, ୪/୧୨ : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ପୁରୀରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରପତି । ପୁରୀରେ ୯.୩୦ମିନଟ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଁଚିଥିଲେ ମହାମହିମ ।
ହେଲିପ୍ୟାଡରୁ ବାହାରି ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ବଡଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଶ୍ରୀଜିଉଙ୍କ ଦର୍ଶନ ସହ ପୂଜାର୍ଚ୍ଚନା ମଧ୍ୟ କରିବେ ରାଷ୍ଟ୍ରପତି। ଶ୍ରୀ ମନ୍ଦିରରେ ରାଷ୍ଟ୍ରପତି ପାଖାପାଖି ଏକ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀକ୍ଷେତ୍ର ପୁରୀରେ ଆଜି ଦିନତମାମ ରାଷ୍ଟ୍ରପତିଙ୍କ କାର‌୍ୟ୍ୟକ୍ରମ ରହିଛି। ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମହାମହିମ।
ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି। ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି। ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031