Indus Valley Times

ଶ୍ରୀତମ ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ୱ,ବିଜେପିର ହେଲେ କଟକ ମେୟର ପ୍ରାର୍ଥୀ

 Breaking News

ଶ୍ରୀତମ ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ୱ,ବିଜେପିର ହେଲେ କଟକ ମେୟର ପ୍ରାର୍ଥୀ

ଶ୍ରୀତମ ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ୱ,ବିଜେପିର ହେଲେ କଟକ ମେୟର ପ୍ରାର୍ଥୀ
March 06
10:45 2022

କଟକ, ୬/୩: ବିଜେପିର ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକପ୍ରକାର ଭିନ୍ନ ହୋଇଛି।ରବିବାର ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଛି।
ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାଯାଇଛି। ଶ୍ରୀତମ ଦାସ ବିଜେପିରେ ଯୋଗ ଦେଇ ଦୀର୍ଘଦିନ ଧରି ଦଳରେ ସକ୍ରିୟ ଥିଲେ। ଏହାଛଡ଼ା ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ବି ସଂପାଦକ ଅଛନ୍ତି।
ଉଚ୍ଚଶିକ୍ଷିତ ଶ୍ରୀତମ ଦାସ ଆଲବମରେ ନାୟକ ଭାବେ ପରିଚିତ ହେବା ପରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ସାବିତ୍ରୀ’ରେ ପ୍ରଥମେ ନାୟକ ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଶ୍ରୀତମ୍ ଦାସଙ୍କ ମୁକ୍ତିଲାଭ କରିଥିବା ପ୍ରଥମ ଛବି ଥିଲା ‘ଜୀବନସାଥୀ’।
୧୯୯୭ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଜରିଆରେ ଓଲିଉଡରେ ଇନିଂସ ଆରମ୍ଭ କରିଥିଲେ ଆଜିକାର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ୍ ଦାସ। ଏହାର ନିର୍ମାତା ହେଲେ ସୁବାସ ରାଉତ ଓ ନିର୍ଦ୍ଦେଶକ ଥିଲେ ଜ୍ୟୋତି ପ୍ରକାଶ। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି।
ପୂର୍ବରୁ ବ୍ୟାଙ୍କ ଅଫିସର ସଂଘର ନେତା ଦୁର୍ଯ୍ୟୋଧନ ଲେଙ୍କାଙ୍କୁ ବିଜେପି ମେୟର ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031